କୋଦଳା,୧୭/୦୧/୨୧(ସୂର୍ଯ୍ୟନାରାୟଣ ବଡୁ) : ଶନିବାର କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି ମୋ ଉପକାରୀ ବଗିଚାର କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ଗୋଷ୍ଠୀ ସାଧନ କେନ୍ଦ୍ର ଉଦଘାଟନ ଓ ପୋଖରୀ ସୌନ୍ଦର୍ଯ୍ୟ କରଣର ଶିଳା ନ୍ୟାସ କରିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ୮0ଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୮00 ମହିଳାଙ୍କୁ ମୋ ଉପକାରୀ ବଗିଚା ପାଇଁ ୧0 ହଜାର ଲେଖାଏ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଏହା ପରେ ବେଗୁନିଆପଡା ମା ମଙ୍ଗଳା ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ ହୋଇଥିବା ଗୋଷ୍ଠୀ ସାଧନ କେନ୍ଦ୍ରକୁ ଉଦଘାଟନ କରିଥିଲେ ଏବଂ ସିଦ୍ଧେଶ୍ୱର ମନ୍ଦିର ସମ୍ମୁଖରେ ଥିବା ପୋଖରୀର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ଅର୍ଥ କମିଶନ ଓ ନରେଗାରେ ମଞ୍ଜୁରୀ ହୋଇଥିବା୧0 ଲକ୍ଷ୍ୟ ଟଙ୍କା ର ଶିଳାନ୍ୟାସ କରିଥିଲେ । ଏଥିରେ ବିଡ଼ିଓ ବେଦବର ପ୍ରଧାନ, ଅଧ୍ୟକ୍ଷ। ପ୍ରତିନିଧି ବିଜୟ କୁମାର ଦୋରା, ତ୍ରିନାଥ ଭୂୟାଁ, ସରପଞ୍ଚ ଅରୁଣ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।


















