Thursday, October 1, 2026
ADVERTISEMENT
Home ଆଞ୍ଚଳିକ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ କୋରନା ଟୀକାକରଣର ଶୁଭାରମ୍ଭ

ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ କୋରନା ଟୀକାକରଣର ଶୁଭାରମ୍ଭ

209
ADVERTISEMENT

ମୋହନା,୧୭/୦୧/୨୧(ମୋହନ ଗୌଡ଼) : କେନ୍ଦ୍ର ସରକାର ଶନିବାର ଦିନ ୧୦ଘଣ୍ଟ ୩୦ ମିନଟ ସମୟରେ ଶୁଭାରମ୍ଭ କରିଥିଲେ କୋଭିଡ଼ ଟୀକାକରଣ । ଏହା ପରେ ସମଗ୍ର ଭାରତରେ ଆରମ୍ଭ ହୋଇଥିଲା ଟୀକାକରଣ ।  ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରିଣୀ ଡା.ନମିତା ପଣ୍ଡା ,ଗୋଷ୍ଠି ଉନ୍ନୟନ ଅଧିକାରୀ ବଂଶୀଧର ଖୋସ୍ଲା ଅନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ସଫେଇ କର୍ମଚାରୀମାନଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରାଯାଇଥିଲା। ପ୍ରଥମେ ସଫେଇ କର୍ମଚାରୀ ଲିଲି ବେହେରାଙ୍କୁ ଟୀକା ଦିଆଯାଇଥିଲା । ତାପରେ ଆଶାକର୍ମୀ ଓ ଅଙ୍ଗନାବାଡ଼ି କର୍ମୀଙ୍କୁ ଟୀକା ଦିଆଯାଇଥିଲା ।  ସନ୍ଧ୍ୟା ୪ ଟା ସୁଦ୍ଧା ୧୦୦ ଜଣ କର୍ମଚାରୀଙ୍କୁ କୋଭାସିଲ୍ଡ ଟୀକା ଦିଆଯାଇଥିଲା । ପାର୍ଶ୍ପ ପ୍ରତିକ୍ରିୟା  ଭାବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ବାନ୍ତି ,ଜଣକର ମୁଣ୍ଡ ବୁଲାଇବା ଓ ଅନ୍ୟ ଜଣକର  ଶ୍ୱାସ ଉଠିଥିବା ଜଣାପଡିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧଘଣ୍ଟା ରହିବା ପରେ ସେମାନଙ୍କୁ ପଦାକୁ ଛଡ଼ାଯାଇଥିଲା। ଟୀକା ନେଇ ସମସ୍ତ କର୍ମଚାରୀ ବହୁତ ଖୁସି ଥିବା କହିଛନ୍ତି।

Advertisement