Wednesday, August 19, 2026
ADVERTISEMENT
Home ରାଜ୍ୟ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ମିଳିଲା : ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସହାୟତା ନୋହିଲା

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ମିଳିଲା : ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସହାୟତା ନୋହିଲା

529
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅସାଧାରଣ, ନିରନ୍ତର ଓ ଶୈକ୍ଷିକ ସଫଳତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଛାତ୍ରମାନଙ୍କ ପାଇଁ ସର୍ବୋଚ୍ଚ ସମ୍ମାନ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୧୯’ରେ ସମ୍ମାନିତ ହୋଇଥିବା ବଲାଙ୍ଗୀରର ଅଂଶୁମାନ ତ୍ରିପାଠୀଙ୍କୁ ସରକାରୀ ଅବହେଳା। ଉଚ୍ଚଶିକ୍ଷା ଲାଭ କରି ରାଜ୍ୟର ସେବା ପାଇଁ ଇଚ୍ଛୁକ ଅଂଶୁମାନଙ୍କୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଟଙ୍କାଟିଏ ସହାୟତା ପ୍ରଦାନ କରିନାହାନ୍ତି। ଏନେଇ ଅଂଶୁମାନ କ୍ଷୋଭ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏହି ଅର୍ଥକୁ ସେ ତାଙ୍କର ଉଚ୍ଚଶିକ୍ଷା ଲାଭ କ୍ଷେତ୍ରରେ ବିନିଯୋଗ କରିବେ ‌ବୋଲି କହିଛନ୍ତି।

ଚିଠିରେ ଅଂଶୁମାନ ଉଲ୍ଲେଖ କରିଛନ୍ତି ଯେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସେ ବହୁ ସଫଳତା ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ତାଙ୍କର ଏହି ଧାରା ଆଗକୁ ମଧ୍ୟ ଜାରି ରହିବ। ତେବେ ନିଜର ବୈଜ୍ଞାନିକ ଉଦ୍ଭାବନ ଦ୍ୱାରା ଓଡ଼ିଶାକୁ ପ୍ରଗତି ପଥରେ ନେବା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ନାତକ ଓ ପିଏଚ୍‌ଡି ହାସଲ କରିବା ପାଇଁ ଇଚ୍ଛୁକ ଅଛନ୍ତି। ତେଣୁ ରାଜ୍ୟ ସରକାର ତାଙ୍କୁ ସହାୟତା ଦେବାକୁ ଅଂଶୁମାନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

Advertisement