ସ୍ୱେଚ୍ଛାସେବୀମାନେ ଅଚିହ୍ନା ବାଳକକୁ ଉଦ୍ଧାର କରି ଥାନାରେ ଆଣି ଛାଡିଲେ

216
ADVERTISEMENT

କୋରାପୁଟ ,୫/୮ଏଜେନସି : କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ କୋଲାର ପଞ୍ଚାୟତ ଅନ୍ତର୍ଗତ ଗନିପୁଟ ଗ୍ରାମର ସ୍ୱେଚ୍ଛାସେବୀମାନେ ଅଚିହ୍ନା ବାଳକକୁ ଉଦ୍ଧାର କରି ଥାନାରେ ଆଣି ଛାଡିଲେ |ଗତକାଲି ଗନିପୁଟ ଗ୍ରାମର ସ୍ବେଚ୍ଛାସେବୀ ଗୁପ୍ତ ଟାକ୍ରି ସୌଚପାଇଁ ଯାଉଥିବା ବେଳେ ବେହୋସ ଅବସ୍ଥାରେ ଅଚିହ୍ନା ପିଲାଟି ବର୍ଷା କାଦୁଅରେ ରାସ୍ତା କଢରେ ପଡିଥିବା ଦେଖିଥିଲେ । ସ୍ବେଚ୍ଛାସେବୀ ଜଣକ ଗ୍ରାମର କିଛି ସାଙ୍ଗସାଥିଙ୍କ ସାହାଯ୍ୟରେ ପିଲାକୁ ଉଦ୍ଧାର କରି ନିକଟରେ ଥିବା ସ୍କୁଲକୁ ନେବାର କିଛି ସମୟ ପରେ ହୋସ ଆସିଥିଲା | ଚା ଜଳଖିଆ ପିଲଟି ଖାଇବା ପରେ ପିଲାର ପରିଚୟ ପଚାରିଲେ କିଛି କହୁ ନ ଥିବାରୁ ବୈପାରୀଗୁଡା ଥାନାରେ ଆଣି ଛଡାଗଲା ବୋଲି ସ୍ବେଚ୍ଛାସେବୀ ପ୍ରକାଶ କରିଛନ୍ତି | ପିଲାଟିକୁ ଆଜି କୋରାପୁଟ ଅଧୀନରେ ଥିବା ବୋରିଗୁମ୍ମା ଚାଇଲଡଲାଇନକୁ ହସ୍ତାନ୍ତର କରାଗଲା ବୋଲି ବୈପାରୀଗୁଡା ଥାନା ଅଧିକାରୀ ରମେଶ ଦେବତା ପ୍ରକାଶ କରିଛନ୍ତି |

Advertisement