କୁକୁଡ଼ାଖଣ୍ଡି,୧୫/୧,(ଇ.ରଞ୍ଜନ) : କୁକୁଡାଖଣ୍ଡି ଜଗଦଳପୁର ଗ୍ରାମରେ ଏଲମା କୁଳ ସମ୍ପ୍ରଦାୟ ମାନଙ୍କ ପ୍ରାଚୀନ ଯୁଗରୁ ଚାଲୁରହିଥିବା ଇଷ୍ଟ ଦେବତା କାର୍ଯ୍ୟ ୩ ବର୍ଷରେ ଥରେ ମକର ସଂକ୍ରାନ୍ତିରେ ମହାଆଡମ୍ବରରେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତବର୍ଷ ମକର ସଂକ୍ରାନ୍ତିରେ ଏହି ପୂଜାଅର୍ଚନା ରହିଥିବାରୁ କରୋନା କଟକଣା ସରକାରୀ କଟକଣାକୁ ଦୃଷ୍ଟିରେ ରଖି ମହାଆଡମ୍ବର ସହ ପାଳନ କରାଯାଇପାରିଲା ନାହିଁ କିନ୍ତୁ ରୀତିନୀତି ନିୟମ ଅନୁଯାୟୀ କିଛି ମହିଳା ଓ ପୁରୁଷ ସ୍ୱଳ୍ପ ଭକ୍ତଙ୍କୁ ନେଇ ପାଳନ କରାଯାଇଛି l ଏହି ପୂଜା ମକର ସଂକ୍ରାନ୍ତିରେ ପାଳନ ହୋଇଥିବା ବେଳେ ଗୁଲା ଲୋକଙ୍କ ଗୀତ ତାଳେତାଳେ ଅଗ୍ନି ଦୁହୁଡି ନେଇ ନାଚିବା ପରେ ଉପସ୍ଥିତ ସମସ୍ତ ଲୋକଙ୍କୁ ନିଶବ୍ଦ ରହିବାକୁ ପରାମର୍ଶ ଦିଆଯାଇଥାଏ ଭଗବାନଙ୍କୁ ଉଚ୍ଚା ସ୍ୱରରେ ଭକ୍ତ ଅଗ୍ନି ଦହୋଲା ଧରି ରାମାକ୍ରିଷ୍ଣା ଡାକରା ଦେଲେ ଭଗବାନ ମଧ୍ୟ ଅନ୍ୟତମ ଏକ ସ୍ୱଳ୍ପ ସ୍ୱରରେ ଭକ୍ତଙ୍କୁ ସ୍ୱରମାଧ୍ୟମରେ ଶୁଣାଉ ଥିବା ରୁ ଭକ୍ତ ଖୁସି ହୋଇଯାଇଥାନ୍ତି ବୋଲି ଉପସ୍ଥିତ ଭକ୍ତଙ୍କ ମହଲରୁ ପ୍ରକାଶ ପାଉଛି l


















