Thursday, November 5, 2026
ADVERTISEMENT
Home ଆଞ୍ଚଳିକ ମନପକ୍ଷୀ ଝୁରେରେ ପୁସ୍ତକ ଉନ୍ମୋଚନ

ମନପକ୍ଷୀ ଝୁରେରେ ପୁସ୍ତକ ଉନ୍ମୋଚନ

228
ADVERTISEMENT

କୁକୁଡ଼ାଖଣ୍ଡି,୧୫/୧,(ଇ.ରଞ୍ଜନ) : ବ୍ରହ୍ମପୁର ପ୍ରାନ୍ତରେ ଥିବା ଲୁଚାପଡା ଶକ୍ତିନଗର ତୃତୀୟ ସାରଣୀରେ ଗୁରୁବାର ସନ୍ଧ୍ୟାରେ କବିତା ଆସର ଆୟୋଜିତ ହୋଇଯାଇଛି ଏହି ଉତ୍ସବରେ ମନ ପକ୍ଷୀ ଝୁରେରେ ଏକ ଭାବପୂର୍ଣ୍ଣ ପୁସ୍ତକ ଲୋକାର୍ପଣ କରାଯାଇଛି l ଏହି ସାରସ୍ୱତ ଉପଲକ୍ଷେ କବି ଡ଼କ୍ଟର କୈଳାଶ ଚନ୍ଦ୍ର ତ୍ରିପାଠୀ ଙ୍କ ପ୍ରଥମ ସଂକଳିତ ମନ ପକ୍ଷୀ ଝୁରେ ରେ ଏକ କବିତା ପାଠକ ଙ୍କ ଉଦେଶ୍ୟ ଲୋକାର୍ପଣ କରିଛନ୍ତି l ପୁସ୍ତକଟି ସମ୍ପୂର୍ଣ୍ଣ ଘରେଇ ପରିବେଶ ରେ ଆଧାରିତରେ ବର୍ଣ୍ଣନା କରିଛନ୍ତି ଏହି ଲୋକାର୍ପଣ ଉତ୍ସବର ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ସଭାପତି କୃଷ୍ଣ ଚନ୍ଦ୍ର ଦାସ ପୌରହିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚଳଚିତ୍ର ଓ ନାଟ୍ୟ ନିର୍ଦ୍ଦେଶକ ମେଜର ରମେଶ ଚନ୍ଦ୍ର ପାଢୀ, ସଂମ୍ମାନିତ ଅତିଥି ସୁଶାନ୍ତ ଦାଶ,କବିତା ଓ ସଂଗୀତାର ଯୁଗଳବନ୍ଦୀ କ୍ରମରେ ଉପସ୍ଥାପିତ ଏହି ଉତ୍ସବରେ ଉଚ୍ଚ ଶିକ୍ଷା ମାଧ୍ୟମିକ ଶିକ୍ଷାପରିଷଦର ଉପ ସଚିବ ଡ଼କ୍ଟର କୁଳମଣି ଓଝା କବିତା ପୁସ୍ତକର ସମୀକ୍ଷକ ଭାବେ ଯୋଗଦେଇ ପ୍ରଥମେ ପୂଜାଅର୍ଚନା କରିବା ପରେ ପୁସ୍ତକ ଉନମୋଚନ କରିଥିଲେ l ଏହି ସଭାରେ ଡ଼କ୍ଟର ସୂଚନା ପାଢୀ, ବନମାଳୀ ପାଣିଗ୍ରାହୀ,ମନୋରଞ୍ଜନ ପାଣିଗ୍ରାହୀ, ଡ଼.କାଁହୁ ଚରଣ ପାଢୀ, ନଳିନୀକାନ୍ତ ଗୌଡ଼, ଋତୁରାଜ ଦାଶ, ପଦ୍ମିନୀ ମିଶ୍ର ପ୍ରମୁଖ କବିତା ଆବୃତ୍ତି କରିଥିବା ବେଳେ ସାମ୍ବାଦିକ ସୁଦୀପ ସାହୁ, ଦେବାନ୍ସସି ତ୍ରିପାଠୀ ସଂଗୀତ ଗାନ କରିଥିଲେ l ଶେଷରେ ରାଜେଶ ତ୍ରିପାଠୀ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement