Friday, November 6, 2026
ADVERTISEMENT
Home ରାଜ୍ୟ ଦୁଇଟି ସ୍ୱତନ୍ତ୍ର ରେଳ ପୁରୀରୁ ଯୋଧପୁର ଓ ଆଜମେର୍‌କୁ

ଦୁଇଟି ସ୍ୱତନ୍ତ୍ର ରେଳ ପୁରୀରୁ ଯୋଧପୁର ଓ ଆଜମେର୍‌କୁ

247
ADVERTISEMENT

ଭୁବନେଶ୍ୱର ,୧୪/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ପୁରୀରୁ ଯୋଧପୁର ଏବଂ ପୁରୀରୁ ଆଜମେର୍‌ ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ରେଳବାଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଜାନୁଆରି ୨୦ ତାରିଖ ଠାରୁ ପ୍ରତି ବୁଧବାର ଅପରାହ୍ଣ ୪.୦୫ରୁ ୦୨୦୯୩/୦୨୦୯୪ ନମ୍ବରବିଶିଷ୍ଟ ‘ପୁରୀ-ଯୋଧପୁର-ପୁରୀ’ ସ୍ୱତନ୍ତ୍ର ରେଳ ପୁରୀରୁ ଯାତ୍ରା ଆରମ୍ଭ କରିବ। ସେହିଭଳି ଜାନୁଆରି ୨୩ ତାରିଖ ଅପରାହ୍ଣ ୨ଟା ୧୫ରୁ ପ୍ରତି ଶନିବାର ଦିନ ଏହି ସ୍ୱତନ୍ତ୍ର ରେଳ ଯୋଧପୁରରୁ ପୁରୀ ଅଭିମୁଖେ ଆସିବ। ଯାତାୟାତ ସମୟରେ ଏହି ଟ୍ରେନ୍‌ ପୂର୍ବ ତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍‌, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା ରୋଡ୍‌ ସମେତ ରାୟଗଡ଼, ବିଳାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଁଓ, ଗୋନ୍ଦିଆ, ନାଗପୁର, ହବିବଗଞ୍ଜ, ଭୋପାଳ, ଉଜ୍ଜୟିନୀ, ଜୟପୁରରେ ଆଦି ଷ୍ଟେସନରେ ଅଟକିବ । ସେହିଭଳି ଜାନୁଆରି ୨୧ ତାରିଖ ଠାରୁ ପ୍ରତି ସୋମବାର ଓ ଗୁରୁବାର ରାତି ୧୧.୦୫ରୁ ୦୨୦୩୭/୦୨୦୩୮ ନମ୍ବରବିଶିଷ୍ଟ ‘ପୁରୀ-ଆଜମେର-ପୁରୀ’ ସ୍ୱତନ୍ତ୍ର ରେଳ ପୁରୀରୁ ଯାତ୍ରା ଆରମ୍ଭ କରିବ। ଜାନୁଆରି ୨୬ ତାରିଖ ସନ୍ଧ୍ୟା ୬ଟା ୫୦ରୁ ପ୍ରତି ମଙ୍ଗଳବାର ଓ ଗୁରୁବାର ଦିନ ଏହି ସ୍ୱତନ୍ତ୍ର ରେଳ ଆଜମେରରୁ ପୁରୀ ଅଭିମୁଖେ ଆସିବ।

Advertisement