Wednesday, September 23, 2026
ADVERTISEMENT
Home ନବରଙ୍ଗପୁର ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୪ ଆହତ

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୪ ଆହତ

231
ADVERTISEMENT

ନବରଙ୍ଗପୁର,୧୩/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ବାବାଜୀ ଗୁଡା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ସୂଚନା ମୁତାବକ, ଗାଡ଼ି ନମ୍ବର ଓଡ଼ି ୨୪ ୪୧୭୭ ଅଟୋଟି ଯାତ୍ରୀଙ୍କୁ ଧରି ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁମିଦରା ଗ୍ରାମରୁ ବହାରି ସେମାଳା ଗ୍ରାମପଞ୍ଚାୟତ ପକାନାଗୁଡା ଗ୍ରାମକୁ ଫେରୁଥିଲା। ଫେରିବା ସମୟରେ ବାବାଜିଗୁଡା ଛକଠାରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା। ଆହତମାନଙ୍କର ପରିଚୟ ମିଳିପାରିନଥିବା ବେଳେ ଦୁହେଁ ମହିଳା ଥିବା ଜଣାପଡ଼ିଛି ।

Advertisement