କୁକୁଡାଖଣ୍ଡି,୧୨/୦୧/୨୧(ଇ.ରଞ୍ଜନ) : କୁକୁଡାଖଣ୍ଡି ସରପଞ୍ଚ ପଟ୍ଟା କରାଇଦେବା ନେଇ ଟଙ୍କା ମାଗୁଥିବାର ଅଭିଯୋଗ ହୋଇଛି।
ଖବର ଅନୁଯାୟୀ କୁକୁଡାଖଣ୍ଡି ଇନ୍ଦିରା ଆବାସରେ ବସବାସ କରୁଥିବା ରୋହିତ ସେଠୀ ଓ ତାଙ୍କ ୩ଭାଇ । ପେଶାରେ ଜଣେ ରାଜମିସ୍ତ୍ରୀ । ଘର ନିକଟରେ ଥିବା ଏକ ୧୦ହାତର ଖାଲି ସ୍ଥାନରେ ଆବଶ୍ୟକୀୟ ଜିନିଷପତ୍ର ରଖିବା ପାଇଁ ଏକ ଅସ୍ଥାୟୀ ଘର ୪୦ ବର୍ଷ ହେବ ନିର୍ମାଣ କରିଥିଲେ । ସ୍ଥାନୀୟ ସରପଞ୍ଚ ଏ.ଚେନେୟା ଉକ୍ତ ଜାଗା ପାଇଁ ତହସିଲଦାରଙ୍କୁ କହି ପଟ୍ଟା କରାଇଦେବା ପାଇଁ ୪0,000ଟଙ୍କା ମାଗିଥିଲେ। ନିଜ ସ୍ତ୍ରୀଙ୍କ ଗହଣା ବନ୍ଧା ରଖି ୪୦ହଜାରଟଙ୍କା ସରପଞ୍ଚଙ୍କୁ ଦେଇଥିଲେ । କିଛିଦିନ ଚୁପ୍ ରହିବା ପରେ ପୁଣି ରୋହିତଙ୍କୁ ଡାକି କହିଲେ ଆଉ ୬0ହଜାର ଟଙ୍କା ତହସିଲଦାର ମାଗୁଛନ୍ତି ନହେଲେ ପଟ୍ଟା ହେବନାହିଁ , ସେ ଯାଗା ଖାଲି କର ନହେଲେ ଭାଙ୍ଗି ଦେବି । ସରପଞ୍ଚ ଶେଷରେ ଜେସିବି ମେସିନ ଲଗାଇ ଭାଙ୍ଗିପକାଇଲେ ରୋହିତଙ୍କ ଘର । ରୋହିତ ନିଜ ପତ୍ନୀଙ୍କ ସହ ଆସି ଆଜି ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିବା ସହ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।ଏନେଇ ସ୍ଥାନୀୟ ତହସିଲଦାର ଘଟଣା ସମ୍ପର୍କରେ ଜାଣିନଥିବା ବେଳେ ସରପଞ୍ଚ ଏ ଚେନେୟା ରାଜନୈତିକ ଆକ୍ରୋଶ ରଖି କିଛି ବିରୋଧୀ ଗୋଷ୍ଟୀ ଏହା କରୁଛନ୍ତି ଏବଂ ଏହାର କୌଣସି ସତ୍ୟାସତ୍ୟ ନାହିଁ ବୋଲି କହିଛନ୍ତି ।


















