ବ୍ରହ୍ମପୁର,୧୨/୦୧/୨୧(ଇ.ରଞ୍ଜନ) : ବ୍ରହ୍ମପୁର ସଦରଥାନା ପୋଲିସ ଲୋକଙ୍କ ବିଶ୍ୱାସ ଭାଜନରେ ହାରିଯାଇଛି ଯାହା ଫଳରେ ଲୋକଙ୍କୁ ନ୍ୟାୟ ମିଳିବ କି ନାହିଁ ଭାବି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଦୌଡୁଛନ୍ତି ବିଭିନ୍ନ ସମୟରେ ସଦର ପୋଲିସ ଥାନା ଅଞ୍ଚଳ ବାସି ଥାନାରେ ଏତଲା ଦେବା ପରବର୍ତ୍ତୀ ସମୟରେ ଏସପିଙ୍କ ପକୋଷ୍ଠରେ ସେମାନଙ୍କ ନିଜ ଅଭିଯୋଗ ଅନେକ ଲୋକ କାର୍ଯ୍ୟାଳୟରେ ପହଂଚି ନିଜ ଘଟଣା ଗୁଡିକ ସାବ୍ୟସ୍ତ କରନ୍ତି ସେହିପରି ଶନିବାର ଜଗଦଳପୁର ଗ୍ରାମରେ ଗତକିଛି ଦିନଧରି ଘଟିଥିବା ଜଣେ ଭିନ୍ନକ୍ଷମ ବା ଜନ୍ମରୁ ଦୃଷ୍ଟିହରାଇ ଯୁବତୀଙ୍କୁ ଉକ୍ତ ଗ୍ରାମର ଭଣ୍ଡାରୀ ସାହିର ହରିଡ଼ାକୁଆ ନାମକ ଜଣେ ବ୍ୟକ୍ତି ଭିନ୍ନକ୍ଷମ ଯୁବତୀ ଜଣକ ପୋଖରୀ ଯିବା ସମୟରେ ଝିକି ନେଇ ଏକ ପମ୍ପ ହାଉସରେ ଅସଦାଚରଣ କରିଥିବା ନେଇ ସଦର ଥାନାରେ ତାଙ୍କ ଭାଇ ଜଗନ ଡାକୁଆ ଏତଲା ଦେଇଥିଲେ । କିନ୍ତୁ ଭିନ୍ନକ୍ଷମ ଯୁବତୀ ପରିବାର ବର୍ଗଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ଧମକ ଦିଆଯାଇଥିବା ପରିବାର ଲୋକ ମତ ରଖିଥିଲେ ସେଠାରେ ସେମାନଙ୍କୁ ନ୍ୟାୟ ମିଳିବ କି ନାହିଁ ବିଶ୍ୱାସ ଲାଗିନଥିବା ଯୋଗୁଁ ବାଧ୍ୟବାଧକରେ ସେମାନେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ନ୍ୟାୟ ପାଇଁ ଯାଇଥିଲେ । ସେଠାରେ ପ୍ରକାଶ କରି କହିଛନ୍ତି ଥାନାର ପୋଲିସ କିଛି ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକର ଆଗଧାଡିର ନେତା ଚାପ ଯୋଗୁଁ ପୋଲିସ ଉକ୍ତ କେଶଟିକୁ ରଫାଦଫା କରିବା ପାଇଁ ଉଦ୍ୟମ କରି ପରିବାର ଲୋକଙ୍କୁ ବାରମ୍ବାର ଥାନାକୁ ଡକାଇ ବିଭିନ୍ନ ଆଳ ଦେଖାଇ ଅସନ୍ତୋଷ କରୁଥିବା ନେଇ ଏସପିଙ୍କୁ ଅଭିଯୋଗ କରିଥିଲେ ଏସପି ପିନାକ ମିଶ୍ର ଘଟଣାଟିକୁ ଗୁରୁତ୍ୱର ସହ ନେଇ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।


















