Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ

ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ

197
ADVERTISEMENT

ଭୁବନେଶ୍ୱର,୧୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଜାନୁଆରି ୧୨ ତାରିଖ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ। ୧୮୬୩ ମସିହା ଏହି ଦିନରେ ସେ ଜନ୍ମଲାଭ କରିଥିଲେ। ଏହିି ଦିନକୁ ଲୋକେ ଯୁବ ଦିବସ ଭାବେ ମଧ୍ୟ ଜାଣନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ନାମ ପାଟିରେ ନେବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ ନିଶ୍ଚୟ। ଆମେରିକାର ଚିକାଗୋ ସହରେ ‘ପ୍ରିୟର ଭାଇ ଓ ଭଉଣୀ’ କହି ନିଜର ଭାଷଣ ଆରମ୍ଭ କରି ବିଶ୍ୱ ଦରବାରରେ ଚାଞ୍ଚଲ୍ୟ ଖେଳାଇଥିବା ବିବେକାନନ୍ଦ ଜୀବନକୁ ନେଇ କିଛି ନୀତିବାଣୀ ଦେଇଛନ୍ତି, ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ। ଆଜି ତାଙ୍କ ଜନ୍ମଦିନରେ ସେହି ବାଣୀଗୁଡ଼ିକୁ ମନେପକାଇ ଚାଲନ୍ତୁ କାର୍ଯ୍ୟରେ ଲଗାଇବା । ବିବେକାନନ୍ଦଙ୍କ କହିବା ଅନୁସାରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବିଦ୍ୟାର୍ଥୀର ପରିଚୟ ନେଇ ବଞ୍ଚି ଶିଖିବା ଉଚିତ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜୀବନ ମଣିଷକୁ ଶିକ୍ଷା ପ୍ରଦାନ କରିଥାଏ।

Advertisement