Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ଉଦ୍ଘାଟନର ସପ୍ତମ ସନ୍ଧ୍ୟା ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭଳି...

ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ଉଦ୍ଘାଟନର ସପ୍ତମ ସନ୍ଧ୍ୟା ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭଳି ଦର୍ଶକଙ୍କୁ ଆକର୍ଷିତ କରିଥିଲା

215
ADVERTISEMENT

ବ୍ରହ୍ମପୁର,୧୧/୦୧/୨୧(ଇ.ରଞ୍ଜନ) :ବ୍ରହ୍ମପୁର ମଧ୍ୟଭାଗରେ ବହୁପୁରାତନ ଖତଖାଉଥିବା ଜଳାଶୟକୁ ନୂତନ ଭାବେ ଚାକଚୋକ୍ୟ ନିର୍ମାଣ କରି ରାମଲିଙ୍ଗେଶ୍ଵର ପାର୍କ ନାମରେ ଭୁବନେଶ୍ୱରରୁ ବିଡ଼ିଓ କଂପ୍ରେସିଂମାଧ୍ୟମରେ ସନ୍ଧ୍ୟାରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ସପ୍ତମ ସନ୍ଧ୍ୟା ରବିବାର ଛୁଟିଦିନ ରହିଥିବା ଯୋଗୁଁ ବିଭିନ୍ନ ଆଡୁ ହଜାର ହଜାର ଲୋକଙ୍କୁ ଦେଖିବା ପାଇଁ ମିଳିଥିଲା । ଠିକ ମନେ ପୋଡ଼ିଯାଏ ବ୍ରହ୍ମପୁର ଠାକୁରାଣୀ ଯାତ୍ରା କିନ୍ତୁ ସରକାର ବର୍ତମାନ ପର୍ଯ୍ୟନ୍ତ କରୋନା ନିୟମାବଳୀ ରଖିଥିବା ବେଳେ ସଚେତନତା କାର୍ଯ୍ୟ ମଧ୍ୟ ଜାରିରହିଛି କଭିଡ଼ କଟକଣାରେ ଦୀର୍ଘ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ ଆସନ୍ତା କାଲି ୧0ମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ବିଦ୍ୟାଳୟରେ ବିଭିନ୍ନ ନିୟମ ତଥା ଶ୍ରେଣୀ ଛାତ୍ର ଠାରୁ ଆରମ୍ଭ କରି ଶିକ୍ଷକ ପର୍ଯ୍ୟନ୍ତ ସାମାଜିକ ଦୂରତା ସହ ହାତଧୋଇବା ମାସ୍କ ପରିଧ୍ୟାନ ନିମନ୍ତେ ସତର୍କତା ରହିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ଆଜିର ସନ୍ଧ୍ୟାରେ ଛୋଟ ପିଲା ଠାରୁ ବୟସ୍କ ଲୋକ ପାର୍କ ଭିତରକୁ ପ୍ରବେଶ କରୁଥିବା ବେଳେ ପ୍ରଶାସନ ଓ ପୋଲିସର ଡିଲାପଣ ଯୋଗୁଁ ପ୍ରାୟ ଲୋକ ମାସ୍କ ପରିଧ୍ୟାନ କରିନଥିବା ବେଳେ ସାମାଜିକ ଦୂରତା ଦୂରର କଥା ସେଠାରେ ଏତେ ସଂଖ୍ୟାରେ ଲୋକ ଜମାଥିବାରୁ ଅନେକ ଲୋକ ଠେଲା ପେଲାରେ ଆଘାତ ଲାଗିଥିବା ପ୍ରକାଶ କରିଥିଲେ ପରେ ଭିତରକୁ ପ୍ରବେଶ ପଥ ବନ୍ଦ କରାଯାଇଥିବାରୁ ଭିତରେ ଥିବା ଦର୍ଶକଙ୍କୁ ପ୍ରସ୍ତାନ ଦ୍ୱାର ଦେଇଯିବା ପାଇଁ ଗେଟ ଖୋଲାଯାଇଥିଲା ସେଠାରେ ଏତେ ସଂଖ୍ୟା ଲୋକ ଭିଡ଼ରେ ଘଣ୍ଟାଘଣ୍ଟା ଜଗି ଆସିବା ପରେ ଭିଡ଼ କମିକମି ଆସିଥିଲା l

Advertisement