Friday, November 6, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ବାସିଙ୍କ ବିମାନ ବନ୍ଦର ଓ ବିମାନ ଅବତରଣ ସ୍ଵପ୍ନରେ ଅଟକିବ କି...

ବ୍ରହ୍ମପୁର ବାସିଙ୍କ ବିମାନ ବନ୍ଦର ଓ ବିମାନ ଅବତରଣ ସ୍ଵପ୍ନରେ ଅଟକିବ କି ?

219
ADVERTISEMENT

ବ୍ରହ୍ମପୁର,୧୧/୦୧/୨୧(ଇ.ରଞ୍ଜନ) : ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ପ୍ରସ୍ତାବିତ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସଂଘର୍ଷ କରି ଆସୁଛନ୍ତି ସରକାର ଶୁଣିବାକୁ ଓ ସ୍ଥାପନ କରିବାକୁ ରହିଲା ବକେୟା ମିଳିତ କ୍ରିୟା ଅନୁଷ୍ଠାନ ତରଫରୁ ଏନଜିଓ ହଲ ଠାରେ ସର୍ବଦଳୀୟ ଜନସଭା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ସର୍ବବୃହତ ମୁଖ୍ୟମନ୍ତ୍ରୀଙ୍କ ଗଡ଼ କୁଆ ଯାଉଥିବା ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଆନ୍ଦୋଳନ, ବିକ୍ଷୋଭ, ଧାରଣା ମାଧ୍ୟମରେ ଦାବି ହେଉଥିଲେ ମଧ୍ୟ ଏହି ଜିଲ୍ଲା ପ୍ରତି ବିଭିନ୍ନ ସମୟରେ ଦାବି କରାଯାଇଛି ସରକାର ଗୁରୁତ୍ୱ ନେଉନଥିବା ଅଭିଯୋଗ ହେଉଛି l ଏହି ଜିଲ୍ଲା ଠାରୁ ଭୁବନେଶ୍ୱର ବିମାନ ବନ୍ଦର ୧୭୦ କିମି ରହିଥିବା ବେଳେ ଜନସଂଖ୍ୟା ଅତ୍ୟଧିକ ରହିଥିବା ବେଳେ ଅନେକ ଲୋକ ବିଭିନ୍ନ ରାଜ୍ୟ ଓ ବିଦେଶରେ ରହଣି ସ୍ଥଳ ପାଲଟି ଗଲାଣି ଏଥି ସହ ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ରହିଛି ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହତାଦର ଜିଲ୍ଲାବାସୀଙ୍କୁ ଚକିତ କରୁଛି l ଓଡିଶାରେ ୯ ଟି ବିମାନ ବନ୍ଦର ପ୍ରସ୍ତାବ ରହିଛି l ଝାରସୁଗୁଡାରେ ୨୧୦ କୋଟି ଟଙ୍କାରେ ବିମାନ ବନ୍ଦର କାମ ସରିଛି l ରାଉରକେଲା ଓ ଜୟପୁରରେ ବିମାନ ବନ୍ଦର କାର୍ଯ୍ୟ ଚାଲୁଥିବା ବେଳେ ଅନୁଗୁଳ, ସମ୍ବଲପୁର, , କଳାହାଣ୍ଡି, କଟକ,ନବରଙ୍ଗପୁର ମଧ୍ୟରେ ଏୟାରବେସ ପ୍ରସ୍ତାବ ରହିଛି l ପୁରୀ ଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସର୍ବପୁରାତନ ରହିଥିବା ବେଳେ l ବିଡିଏ ଅନୁମୋଦନ କରିଥିବା ସିଡିପି ଅନୁସାରେ ବ୍ରହ୍ମପୁର ନିକଟ ଲକ୍ଷ୍ମୀପୁର ମୌଜାର ଶୀତଳାପଲ୍ଲୀ ଠାରେ ବିମାନବନ୍ଦର କରିବାକୁ ୮ବର୍ଗ କିମି ଜମି ସରଂକ୍ଷିତ ରହିଛି l ଏତଦବ୍ୟତୀତ ପ୍ରାୟ ୩୦୦ ଏକର ପ୍ରାଇଭେଟ ଜମି ପ୍ରସ୍ତାବ ରହିଛି l ତଥାପି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି କାହିଁକି ? ରାଜ୍ୟ ସରକାର ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାର ନିକଟକୁ ପଠାଇନାହାନ୍ତି । ଲୋକସେବା ଭବନରେ ବ୍ରହ୍ମପୁର ସାଂସଦଙ୍କ ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ କେନ୍ଦ୍ରକୁ ପଠାଇନଥିବା କହୁଛନ୍ତି । ଶିକ୍ଷା, ବାଣିଜ୍ୟ, ପର୍ଯ୍ୟଟନ, ଆଇଜର, ଭାରତୀୟ ବିରଳ ମୂର୍ତ୍ତିକା, ଟାଟା ଶିଳ୍ପ ତଥା ଅନ୍ତର୍ଜାତୀୟ ଲିଙ୍କ ଥିବା ପୁରାତନ ସହର ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ପ୍ରତିଷ୍ଠା ପ୍ରତି ଅଣଦେଖା କରିଚାଲିଛନ୍ତି। କେନ୍ଦ୍ର ସରକାର ଉଡାନ ଯୋଜନାରେ, କଳାହାଣ୍ଡି, ରାଉଲକେଲା,ଜୟପୁର ଜିଲ୍ଲାରେ ବିମାନ ବନ୍ଦର ଅନ୍ତର୍ଭୁକ୍ତ ଥିବାବେଳେ ଉଡ଼ାନ ୩ ରେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସ୍ଥାନ ପାଇଛି, କିନ୍ତୁ ଗଞ୍ଜାମ ଜିଲ୍ଲାରେ ଉଡ଼Iନ-୪ରେ ମଧ୍ୟ ଅନ୍ତର୍ଭୁକ୍ତ ନହେବା ଘୋର ପରିତାପର ବିଷୟ I ବ୍ରିଟିଶ ଅମଳର ପୁରୁଣା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କିମ୍ବା ଜିଲ୍ଲାରେ ନୂତନ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ ନକରିବା ଗଞ୍ଜାମ ତଥା ବ୍ରହ୍ମପୁରର ସାଧାରଣ ଜନତାଙ୍କୁ ବିସ୍ମିତ କରିଛି I ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ୧୫ ବର୍ଷ ଧରି ଲୋକଙ୍କୁ ଅନ୍ଧକାର ମଧ୍ୟରେ ରଖିଚାଲିଛନ୍ତି। ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଥରକୁ ଥର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ କଥା କହି ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି l ବ୍ରହ୍ମପୁରର ବହୁ ସ୍ବେଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ବ୍ୟବସାୟୀ, ଆଇନଜୀବୀମlନେ ମଧ୍ୟ ଏକତ୍ରିତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେବାକୁ ଯାଉଥିବାରୁ ଗଞ୍ଜାମବାସୀ ଆଗାମୀଦିନରେ ନିଶ୍ଚୟ ବିମାନଘାଟି ହେବବୋଲି ଆଶା ବାନ୍ଧିଛନ୍ତି l ଗଞ୍ଜାମ ଜିଲ୍ଲା ବାର ଏସୋସିଏସନର ସଭାପତି କପିଳ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ବ୍ରହ୍ମପୁର ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ I ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ସୁଧାଂଶୁ ଶେଖର ପଣ୍ଡା, ବାର ଏସୋସିଏସନ ସମ୍ପାଦକ ରାମକୃଷ୍ଣ ମହାରଣା, ବିକାଶ ମଞ୍ଚ ଉପଦେଷ୍ଟା ଡ. ଶିବ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଜୟ ପାଣିଗ୍ରାହୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଚାମ୍ବର ଅଫ କମର୍ଷର ସଭାପତି ଭି. ସନ୍ତୋଷ କୁମାର ମଂଚାସୀନ ଥିବାବେଳେ ଭଞ୍ଜନଗର ବାର ଆସୋସିଏସନ ପୂର୍ବତନ ସଭାପତି ଅଭିମନ୍ୟୁ ଗୌଡ଼,ଫୋରମ ଫର ଗଞ୍ଜାମର ଜାମୁଲା ସୁରେଶ,ଆଇନଜୀବି ବି. ଶଙ୍କର ପାତ୍ର,ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ,ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Advertisement