Wednesday, September 23, 2026
ADVERTISEMENT
Home ରାଜ୍ୟ ସେଲଫି ନେବା ବେଳେ ନଦୀରେ ଭାସିଗଲେ ଅନୁପମା

ସେଲଫି ନେବା ବେଳେ ନଦୀରେ ଭାସିଗଲେ ଅନୁପମା

229
ADVERTISEMENT

ସୁନ୍ଦରଗଡ଼,୧୧/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ପରିବାର ଲୋକଙ୍କ ସହ ଘୋଘର ନିକଟ ଇବନଦୀ କନାକୁଣ୍ଡକୁ ବଣଭୋଜି କରିବାକୁ ଯାଇଥିଲେ। ସେ ସେଲଫି ନେବା ବେଳେ ଇବନଦୀରେ ଭାସି ଯାଇଥିଲେ। ଅନୁପମା ଇବନଦୀ କନାକୁଣ୍ଡ ପାର୍ଶ୍ବରେ ଛିଡା ହୋଇ ସେଲଫି ନେଉଥିବା ବେଳେ ଧଳାରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଅନୁପମାଙ୍କ ପଛପଟରୁ ଧୀରେଧୀରେ ଆଗକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଖସି ପଡ଼ୁଛନ୍ତି। ଆଉ ଏଥିରୁ ରକ୍ଷା ପାଇବା ପାଇଁ ଉକ୍ତ ବ୍ୟକ୍ତି ଜଣକ ଅନୁପମଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଅନୁପମା କନାକୁଣ୍ଡ ପାଣିସ୍ରୋତରେ ଭାସି ଯାଇଥି‌ଲେ। ଆଉ କେହି କିଛି ବୁଝିବା ପୂର୍ବରୁ ସେ ପାଣିରେ କେଉଁ ଆଡେ ନି‌ଖୋଜ ହୋଇଯାଇଥିଲେ। ଅନେକ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଥିଲା।

Advertisement