ଗଜପତି,୧୦/୦୧/୨୧(ପ୍ରଭାତ କୁମାର ପାତ୍ର) : ଓଡ଼ିଶା ଗସ୍ତର ୪ର୍ଥ ଦିନରେ ବିଜେପି ରାଜ୍ୟ ପ୍ରଭାରୀ ଡ. ପୁରଣଦେଶ୍ବରୀଙ୍କ ଦିନିକିଆ ଗଜପତି ଗସ୍ତ। ପାରଳାଖେମୁଣ୍ଡି ସର୍କିଟ ହାଉସରେ ପହଞ୍ଚି ଜିଲ୍ଲା ମଣ୍ଡଳ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତରର ସମସ୍ତ କାର୍ଯ୍ୟ କର୍ତ୍ତାଙ୍କ ସହ ଭାଜପାର ଦଳୀୟ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ, ପ୍ରଥମେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ପୁରୋଧା ତଥା ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିରେ ପାଦ ଦେଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଆନ୍ଧ୍ର ସୀମାବର୍ତ୍ତୀ ଗଜପତି ଲୋକଙ୍କ ସହ ମୋ ପିତା ଏନଟି ରାମାରାଓଙ୍କ ସହ ସମ୍ପର୍କ ରହିଥିବା ଲୋକଙ୍କ ସହ ଆଲୋଚନା କରି ଧନ୍ୟ ମନେ କରିଥିବା କହିବା ପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓ ବିକାଶ ମୂଳକ ଯୋଜନା ସହ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ତୁଳନା କରି ଭାଜପାକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ଓଡ଼ିଶାରେ ବିଜେଡି ସରକାର ଶାସନରେ ମହିଳା ଓ ଶିଶୁ ନିର୍ଯ୍ୟାତନା ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ, ସରକାର ବିରୋଧରେ ସ୍ବର ଉଠାଉଥିବା ବିଜେପି ନେତାଙ୍କୁ ହତ୍ୟା କରାଯାଉଛି, ତିତିଲି ମହାବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ଦିଆଯାଇନାହିଁ, ଏଠାରୁ ବହୁ ସଂଖ୍ୟାରେ ଦାଦନ ଖଟିବାକୁ ଯାଉଥିବା ପରି ବହୁ ଅଭିଯୋଗ ଆଣିଛନ୍ତି ପୁରଣଦେଶ୍ବରୀ। ପଛୁଆ ଜିଲ୍ଲା ଭାବେ କେନ୍ଦ୍ରରୁ ବହୁ ଅର୍ଥ ଆସୁଛି, ଜିଲ୍ଲାର ମହେନ୍ଦ୍ରଗିରି ଐତିହାସିକ ପୀଠକୁ ରାମାୟଣ ସର୍କିଟରେ ସାମିଲ କରି ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି। ତେବେ କୁଆଡେ ଯାଉଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ବିକାଶ ପାଇଁ ଭାଜପା ମଧ୍ୟ ପ୍ରୟାସ ଜାରି ରଖିଛି, ତେଣୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।


















