ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ୪୯ତମ ବାର୍ଷିକ ଉତ୍ସବ

194
ADVERTISEMENT

ଢେଙ୍କାନାଳ,୪/୮(ନରେନ୍ଦ୍ର ଜେନା ): ଶ୍ରୀ ସତ୍ୟ ସାଇ ସେବା ସମିତି ଢେଙ୍କାନାଳରୁ ୪୯ତମ ବାର୍ଷିକ ଉତ୍ସବ ସ୍ଥାନୀୟ ପି.ଡବ୍ଲୁ.ଡି କଲୋନୀ ସ୍ଥିତ ସାଇ ମନ୍ଦିର ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ନଗର ସଙ୍କୀର୍ତ୍ତନ,ଦିବ୍ୟ ପ୍ରଶାନ୍ତି ଧ୍ଵଜା ଉତ୍ତୋଳନଷୋଡଶ ଉପଚାର, ପୂଜା ଲକ୍ଷାର୍ଚ୍ଚନା ୪୯ତମ ଜ୍ୟୋତି ପ୍ରଜ୍ୱଳନ ବେଦ ପାଠ ଆଧ୍ୟତ୍ମିକ ଆଲୋଚନା ,ଆରତୀ ଓ ପ୍ରସାଦ ସେବନ ପୂର୍ବକ ଉତ୍ସବ ଉଦଯାପନ ହୋଇଥିଲା । ଏହି କାର୍ଯ୍ୟ କ୍ରମରେ ଭୁବନ ,କାମାକ୍ଷାନଗର ,ସାଙ୍କୁଲେଇ , ଗେଙ୍ଗୁଟିଆ ,ସୋରିଗାଁ ,ସାଗରପସି, କଙ୍କଡ଼ାହାଡ଼ ,ଓ ମଜୁରୀ ର ଚାରିଶହ ରୁ ଅଧିକ ସାଇ ଭକ୍ତ ଯୋଗ ଦେଇଥିଲେ । ସମିତିର ଆବାହକ ଶ୍ରୀ ବିମ୍ବାଧର ସାସମାଲ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶତ୍ରୁଘନ ମାଝି ଜିଲ୍ଲା ସଭାପତି ଶ୍ରୀ ରଶ୍ମି ରଞ୍ଜନ ଦାସ ଓ ସଂଯୋଜକ ପ୍ରମାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Advertisement