Tuesday, November 10, 2026
ADVERTISEMENT
Home ରାଜ୍ୟ କଟକର ବାଲିଘାଟରେ ଚଢ଼ାଉ; ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକର ବାଲିଘାଟରେ ଚଢ଼ାଉ; ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

166
ADVERTISEMENT

ଭୁବନେଶ୍ୱର,୧୦/୦୧/୨୧(ଡ଼ି.ଏଚ/ବ୍ୟୁରୋ) : କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ କମିସନରେଟ ପୁଲିସର ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ୭ଟି ଟ୍ରାକ୍ଟର ଜବତ କରାଯାଇଥିବାବେଳେ ୧୧ ଜଣଙ୍କୁ ଅଟକ ରଖିଛି ପୁଲିସ। ଉକ୍ତ ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛି । ଏହି ଘାଟରେ ବାଲି ଚାଲାଣ ସମୟରେ ବ୍ୟାପକ ଅନିୟମିତତା ହୋଇଆସୁଥିବା ନେଇ ପୁର୍ବରୁ ଅଭିଯୋଗ ଆସିଥିବାବେଳେ ଆଜି କମିସନରେଟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ସଦର ପୁଲିସର ଏକ ସ୍ବତନ୍ତ୍ର ଟିମ ଏହି ବାଲିଘାଟ ଉପରେ ଚଢ଼ାଉ କରି ଅନିୟମିତତାର ପ୍ରମାଣ ପାଇଥିବା ନେଇ ସୂଚନା ମିଳିଛି।

Advertisement