କୋଦଳା,୦୮/୦୧/୨୧(ସୂର୍ଯ୍ୟନାରାୟଣ ବଡୁ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବାଣିଆବାଡି ଛକରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଠାରୁ ୩ ଜଣ ଦୁର୍ବୃତ୍ତ ମାଡ ମାରିବା ସହ ଧମକ ଦେଇ ମୋବାଇଲ ଫୋନ ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଛି। ଦୁବୃର୍ତ୍ତକଂ ଶିକାର ହୋଇଥିବା ଛାତ୍ରକଂ ନାମ ନିଗମ ଜେନା ଏବଂ ତାଙ୍କର ଘର ବି ନୂଆଁ ଗାଁ ବୋଲି ଜଣାପଡିଛି। ସୂଚନା ଅନୁସାରେ ନିଗମ ନିଜ ସାଂଗ ଘରକୁ ଅନଲାଇନ୍ କ୍ଲାସ୍ ପାଇଁ ପ୍ରୋଜେକ୍ଟ କାର୍ଯ୍ୟ କରିବାକୁ ସାଇକେଲ ଯୋଗେ ଯାଉଥିବା ବେଳେ ବାଣିଆବାଡି ଛକ ନିକଟରେ ହଠାତ୍ ଗୋଟିଏ ମୋଟର ସାଇକେଲରେ ୩ ଜଣ ବ୍ଯକ୍ତି ଆସି ନିଗମଙ୍କ ପାଖରେ ପହଞ୍ଚିଥିଲେ। ଜଣେ ବ୍ଯକ୍ତି ହଠାତ୍ ନିଗମଙ୍କୁ ସାଇକେଲରୁ ଟାଣି ତଳେ ପକାଇ ସାର୍ଟ ଟଣାଓଟରା କରି ମାଡ ମାରିବା ସହ ପ୍ଯାଣ୍ଟ ପକେଟ୍ ରୁ ସ୍ମାର୍ଟ ଫୋନ୍ କୁ ଛଡାଇ ନେଇ ତୁରନ୍ତ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ। ଘଟଣା ପରେ ଜଣେ ସ୍ଥାନୀୟ ବ୍ୟକ୍ତି ବାଇକ୍ ଯୋଗେ ସେମାନଙ୍କୁ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରି ନ ଥିଲା । ଘଟଣା ସ୍ଥଳରେ ଥିବା ହୋଟେଲରେ ସିସିଟିଭି ଲାଗିଥିବା ବେଳେ ଦୁବୃର୍ତ୍ତକଂ ଏହି କାରନାମା ସିସିଟିଭିରେ କଏଦ୍ ହୋଇଛି । ତେବେ ଏହି ୩ ଦୁବୃର୍ତ୍ତଙ୍କୁ ସ୍ଥାନୀୟ ଲୋକେ ଚିହ୍ନଟ କରି ପାରୁ ନାହାନ୍ତି। ଏନେଇ ଛାତ୍ର ନିଗମ ବେଗୁନିଆପଡ଼ା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ଏବଂ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।


















