ବ୍ରହ୍ମପୁର,୮/୧,(ସୁଦାମ ମହାରଣା) : ବ୍ରହ୍ମପୁର ଷ୍ଟେସନ ରୋଡସ୍ଥିତ ମାନାଷ୍ଟ୍ରଟ କାର୍ଯ୍ୟାଳୟ ସମ୍ମୁଖରେ ମାନାଷ୍ଟ୍ରଟ ସେଣ୍ଟ୍ରାଲ କିଚେନ କର୍ମଚାରୀ ୟୁନିୟନ ପକ୍ଷରୁ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଅଧିକାରୀ ଆସି ଧାରଣାରେ ବସିଥିବା କର୍ମଚାରୀ ଙ୍କ ସହ କରିନଥିବା ଜଣାପଡିଛି । ଏହାର ରୋଷେଇ ଶାଳରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ବହୁ ଦିନରୁ କାମ କରି ଆସୁଥିବା ବେଳେ ନାନା ସମାସ୍ୟାରେ କାଳ କାଟୁଛନ୍ତି । କରୋନା ମହାମାରୀ ଓ ଲକ୍ ଡାଉନ୍ ଫଳରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବା କାରଣରୁ ଅନେକ ଜିବିକା ହରାଇଲେ । ଦାବି ମଧ୍ୟରେ,ଆହାର କେନ୍ଦ୍ର ରେ ମଧ୍ୟାହ୍ନ ଭୋଜନ ଚାଲୁକରିବା ସମସ୍ତଙ୍କୁ ନିୟମିତ କାମ ପ୍ରଦାନ, ସର୍ବନିମ୍ନ ମଜୁରୀ ଆଧାରରେ ଦରମା ପ୍ରଦାନ,ଆଉଟସୋସଙ୍ଗ ବଦଳରେ ମାନାଟ୍ରଷ୍ଟ ସିଧାସଳଖ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି । ଧାରଣାରେ ଆଇଏଫଟିୟୁ ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ସଙ୍ଘ ସଭାନେତ୍ରି ବୈଜୟନ୍ତି ସାହୁ ,ସମ୍ପାଦିକା ଜଲିପରିଡା,ସଯୁକ୍ତ ମହାରଣା ,ଶିବରାମ ସାହୁ, ଲକ୍ଷ୍ମୀ ନୃସିଂହ ରଥ,ବହୁ କର୍ମଚାରୀ ଉପସ୍ଥିତ ଥିଲେ ।


















