ବ୍ରହ୍ମପୁର,୦୮/୦୧/୨୧(ସୁଦାମ ମହାରଣା) : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଜଣେ ନକଲି କନଷ୍ଟେବଳଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଅରୁଣ ନାୟକ ନାମକ ଜଣେ ନକଲି ପୁଲିସ କନେଷ୍ଟବଳ ଡ୍ରେସ୍ ସହ ନେମ୍ ପ୍ଲେଟ୍ ଲଗାଇ ଷ୍ଟେଡ଼ ବ୍ୟାଙ୍କ୍ ଛକ ଠାରେ କିଛି ଦୋକାନୀ ମାନଙ୍କ ଠାରୁ ବଟି ଆଦାୟ କରୁଥିଲା । ଠିକ୍ ସେହି ସମୟରେ କିଛି ଦୋକାନୀଙ୍କୁ ସିଏ ନକଲି ପୋଲିସ ବୋଲି ସନ୍ଦେହ ଜାତ ହେବାରୁ ସେମାନେ ବୈଦ୍ୟନାଥପୁର ପୁଲିସକୁ ଜଣାଇଥିଲେ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ନକଲି କନଷ୍ଟେବଳ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ ର ଅରୁଣ ନାୟକ । ଅରୁଣ ବ୍ରହ୍ମପୁର ସହରର ବାବାଜୀ ତୋଟା ସାହି ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ପୋଷାକ ପରିଧାନ କରି ଡ୍ୟୁଟି କରିବାର ଅଭିନୟ କରୁଥିଲା । ସ୍ଥାନୀୟ ଅଞ୍ଚଳର ଦୋକାନୀ ଓ ଉଠା ଦୋକାନୀଙ୍କ ଠାରୁ ପୋଲିସ ପରିଚୟ ଦେଇ ବଟି ଆଦାୟ କରୁଥିଲେ । ଗୁରୁବାର ବାବାଜୀ ତୋଟା ସାହିର କିଛି ଲୋକ ଏହି ନକଲି ପୋଲିସର ଦୃଷ୍ଟିଭଙ୍ଗୀ ଦେଖି ବୈଦ୍ୟନାଥପୁର ପୋଲିସକୁ ଖବର ଜଣାଇଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି ।


















