Friday, November 6, 2026
ADVERTISEMENT
Home ଆଞ୍ଚଳିକ ନକଲି ମଦକାରଖାନା ଠାବ,ଜଣେ ଗିରଫ

ନକଲି ମଦକାରଖାନା ଠାବ,ଜଣେ ଗିରଫ

146
ADVERTISEMENT

ବ୍ରହ୍ମପୁର,୦୮/୦୧/୨୧(ସୁଦାମ ମହାରଣା) : ସାରା ରାଜ୍ୟରେ କେଉଁଠାରେ ନକଲି ଘିଅ କାରଖାନା ତ,କେଉଁଠି ନକଲି ଅଇଲି କାରଖାନା ,କଟକରେ ନକଲି ଚାହାପତି ପରେ ବର୍ତ୍ତମାନ ବ୍ରହ୍ମପୁର ରେ ନକଲି ବିଦେଶୀମଦ କାରଖାନାକୁ ପୋଲିସ ଠାବ କରିଛି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲି ବ୍ରହ୍ମଣସାହିରେ ଚାଲିଥିବା ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କାରାଖାନା ଉପରେ ପୋଲିସ ଚଢ଼ାଉ କରିଛି ।ସେଠାରୁ ବିପୁଳ ପରିମାଣର ମଦବୋତଲ, ବିଭିନ୍ନ ବ୍ରାଣ୍ଡର ଖୋଳ,ଲୋଗୋ ଓ ସିଲ କରିବା ସରଞ୍ଜାମ ସହ ନକଲି ମଦ ଜବତ ହୋଇଛି । ଏହି ଘଟଣାରେ ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି । ରାମଚନ୍ଦ୍ର ଜଣେ ଅଟୋ ଚାଳକ । ଲକ ଡାଉନ୍ ସମୟରେ ଅଟୋ ଚଳାଇବା ବନ୍ଦ ହୋଇଯିବା ଫଳରେ ସେ ଏହି ବେପାରରେ ମନ ବଳାଇଥିଲେ । ଗୁରୁବାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ରାମଚନ୍ଦ୍ରଙ୍କ ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସପୃକ୍ତ ଘରୁ ପୋଲିସ ନକଲି ମଦ ପ୍ରସ୍ତୁତ ସରଞ୍ଜାମ ସହ ,ଖାଲି ବୋତଲ,ନାମିଦାମୀ କମ୍ପାନୀ ଖୋଳ ,ଲୋଗୋ ,ହୋମିଓପ୍ୟାଥିକ ସ୍ପିରଟ୍ ,ରଙ୍ଗ ଜବତ କରିଛି । ମଦ ପ୍ରସ୍ତୁତ କଲା ପରେ ବିଭିନ୍ନ ନାମିଦାମୀ ବୋତଲ ରେ ଭର୍ତ୍ତି କରି ସିଲ କରି ବଡ ବଜାର ଓ ଆସ୍କା ରୋଡ ର ବିଭିନ୍ନ ମଦ ଓ ପାନ ଦୋକାନ କୁ ଯୋଗାଣ କରୁଥିଲା । ଏହି ଚଢ଼ାଉ ରେ ଟାଉନ ଏସଡିପିଓ ଙ୍କ ନେତୃତ୍ୱରେ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସାଦ ଦାସ,ଲାଞ୍ଜିପଲ୍ଲି ଫାଣ୍ଡି ଅଧିକାରୀ ଏନ କେ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement