ନୂଆପଡ଼ା ଜିଲ୍ଲାର କୋମନାରେ ବାଘ ଆତଙ୍କ : ଛେଳି ବଳଦ ଓ ବାଛୁରୀକୁ ବାଘ ମାରି ଖାଇଥିବାର ସୂଚନା

155
ADVERTISEMENT

ନୂଆପଡ଼ା,୦୭/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ନୂଆପଡ଼ା ଜିଲ୍ଲାର କୋମନା ରେଞ୍ଜ ଅନ୍ତର୍ଗତ ବିରସିଂଙ୍ଗପଡ଼ା ଗ୍ରାମରେ ବାଘ ଆତଙ୍କ ଖେଳିଯାଇଛି। ଏକ ବାଘ ଏହି ଗ୍ରାମର ୩ ଜଣଙ୍କର ଛେଳି, ବଳଦ ଓ ବାଛୁରୀକୁ ମାରି ଖାଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବିରସିଂଙ୍ଗପଡ଼ା ଗ୍ରାମର ନବୀନ ମାଝିଙ୍କ ଛେଳି ଓ ମେଣ୍ଢା, ବନବାସୀ ମାଝିଙ୍କ ବଳଦ ଏବଂ ଡୋରାମଣି ମାଝିଙ୍କ ବାଛୁରୀକୁ ବାଘ ମାରି ଖାଇଦେଇଛି। ଏହି ଖବର ପ୍ରଚାରିତ ହେବା ପରେ କୋମନା ରେଞ୍ଜର ବନ କର୍ମଚାରୀ ବିରସିଂଙ୍ଗପଡ଼ା ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Advertisement