Friday, November 6, 2026
ADVERTISEMENT
Home ଆଞ୍ଚଳିକ ବାରୁଦ ଖାଇ ଗର୍ଭବତୀ ଗାଇ ଗୁରୁତର

ବାରୁଦ ଖାଇ ଗର୍ଭବତୀ ଗାଇ ଗୁରୁତର

221
ADVERTISEMENT

କୁକୁଡାଖଣ୍ଡି,୦୬/୦୧/୨୧(ଇ.ରଞ୍ଜନ) : ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଇନ୍ଦିରା ଆବାସ ନିକଟରେ ଜଙ୍ଗଲ ଜମିରେ ଦୀର୍ଘ ଦିନଧରି ଉକ୍ତ ସାହିର ଜଣେ ଚାଷୀ ଝଟା ଚାଷ କରିଥିଲେ ଯାହା ବାରିଆ ଖାଇଦେବା ଭୟରେ ବୋମା ଖଞ୍ଜାଯାଇଥିବା ସୂଚନା । ବାରିଆ ଆକ୍ରମଣ ଫାଶରେ ବୋମା ତାର ଝୁଲନ୍ତାରେ ଥିଲା ସେଠାକୁ ସେହି ଗ୍ରାମର ପଞ୍ଚାନନ ଦଳାଇଙ୍କ ଗର୍ଭବତୀ ଗାଇ ଝଟା ଖାଇବା ପାଇଁ ଯାଇ ବୋମା ଟିକୁ ଚୋବେଇ ଦେବାରୁ ଗାଇର ପାଟିରେ ଫାଟିଯିବା ଫଳରେ ଗାଇ ପାଟିରୁ ରକ୍ତସ୍ରାବ ହୋଇ ଦୀର୍ଘ ସମୟ ଧରି ଛଟପଟ ହୋଇ ଥିବା ବେଳେ ଅଞ୍ଚଳବାସି ପ୍ରାଣୀ ଚିକିତ୍ସାଳୟକୁ ଯୋଗାଯୋଗ ପରେ କିଛି ଘଣ୍ଟା ବ୍ୟବଧାନ ପରେ ଡାକ୍ତର ଆସି ଚିକିତ୍ସା କରିବା ସମୟରେ ଗାଇଟିର ମୁର୍ତ୍ୟୁ ଘଟିଛି l ଏନେଇ ପଶୁ ସୁରକ୍ଷା କର୍ମୀ ମହନ୍ତ ଚିନ୍ମୟାନନ୍ଦଦାଶ ତୀବ୍ର ନିନ୍ଦା କରିବା ସହ ଗାଇ ମାଲିକଙ୍କ ସାହାଯ୍ୟରେ ଥାନାରେ ଅଭିଯୋଗ କରିଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି l

Advertisement