Friday, November 6, 2026
ADVERTISEMENT
Home ଆଞ୍ଚଳିକ ବାଚସ୍ପତିଙ୍କ ଦ୍ୱାରା ବିଭିନ୍ନ ଶ୍ରେଣୀ ୨୯୭ଜଣ ଭତ୍ତାଧାରୀଙ୍କୁ ଚେକ ବଣ୍ଟନ କାର୍ଯ୍ୟକ୍ରମ

ବାଚସ୍ପତିଙ୍କ ଦ୍ୱାରା ବିଭିନ୍ନ ଶ୍ରେଣୀ ୨୯୭ଜଣ ଭତ୍ତାଧାରୀଙ୍କୁ ଚେକ ବଣ୍ଟନ କାର୍ଯ୍ୟକ୍ରମ

195
ADVERTISEMENT

କୁକୁଡାଖଣ୍ଡି,୦୬/୦୧/୨୧(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଦିନିକିଆ ଗ୍ରସ୍ତରେ ଦିଗପହଣ୍ଡି ବିଧାୟକ ତଥା ମାନ୍ୟବର ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ନୂତନ ନିର୍ମାଣlଧିନ ସ୍ବାଗତଂ ମୁଖ୍ୟପାଠକର ଶୁଭ ଉଦ୍ଘାଟନ କରିବା ପ୍ରସ୍ତର ନିକଟରେ ପୂଜା ଅର୍ପଣ କରିବା ସହ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟ ଦେଇଥିଲେ । ବିଡ଼ିଓ ଗଦାଧର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ମଞ୍ଚରେ ସୂର୍ଯ୍ୟନାରାୟଣ ପାତ୍ର ନିଜ ଉଦବୋଧନ ଦେଇ ଉପସ୍ଥିତ ସମସ୍ତ ଗ୍ରାମର ମୁଖ୍ୟ ସମସ୍ୟା ସହ ଲୋକଙ୍କ ସେବା ବ୍ଲକରେ ସୁରଖୁର ଭାବେ ହେଉଛି କି ନାହିଁ ବୁଝିବା ସହ କୌଣସି ସରକାରି କର୍ମଚାରି, ଜନପ୍ରତିନିଧି ହେଉ କିମ୍ବା କୌଣସି ଲୋକ ଦଲାଲ ସାଜି କୌଣସି ଭତ୍ତା ବା ଅନ୍ୟ କୌଣସି କାର୍ଯ୍ୟ ସମ୍ପାଦନ କରିଦେବା ନା’ ରେ ଟଙ୍କା ମାଗେ ତେବେ ତାଙ୍କ ମୁହଁ ଉପରେ ଛେପ ପକାଇ ଚପଲରେ ଆକ୍ରମଣ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ବାଚସ୍ପତି ଶ୍ରୀଯୁକ୍ତ ପାତ୍ର ଚେତାଇ ଥିଲେ ଥାନା ରେ ସେମାନଙ୍କ ନାମରେ ଏତଲା ମଧ୍ୟ ଦେବେ l କାର୍ଯ୍ୟାନୁଷ୍ଠାନ ନହେଲେ ବାଚସ୍ପତିଙ୍କୁ ଫୋନ ଯୋଗେ ସିଧାସଳଖ ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ l ପରବର୍ତ୍ତୀ ସମୟରେ ଭତ୍ତା ବଣ୍ଟନ କରିଥିଲେ ପ୍ରଥମେ ଆଙ୍କୁଶପୁର ପଞ୍ଚାୟତ ପାଇଁ ୨୫ଜଣ ଚିନ୍ହଟ ହିତାଧିକାରୀଙ୍କୁ ଭତ୍ତାଚେକ ବଣ୍ଟନ କରିଥିବା ବେଳେ ବାଲିପଡ଼ା ହିତାଧିକାରୀ ସଂଖ୍ୟା ସର୍ବ ମୋଟ 0୪, ବଉଳଝଳି ୧0, ଡେଙ୍ଗାପଦର ୧୧, ଦକ୍ଷିଣପୁର 0୩, ଜଗଦଳପୁର ୨0, ମସିହାଖାଲି ୧୧, କୁକୁଡାଖଣ୍ଡି ୨୫, ଲାଞ୍ଜିଆ 0୫, ରୋହିଗାଁ ୧୩ ସର୍ବ ମୋଟ ୧୪୭ ଜଣଙ୍କୁ ଚେକ ବଣ୍ଟନ କରିବା ପରେ ମହୁଡାରେ ମଧ୍ଯ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । ସେଠାରେ ଅନନତେଇ,ବାଘଲଟି,ମହୁଡା, ଲାଠି ଏବଂ ଶିହଳା ୫ ଗୋଟି ପଞ୍ଚାୟତର ସର୍ବମୋଟ ୧୪୯ଜଣ ହିତାଧିକାରୀଙ୍କୁ ଚେକ ବଣ୍ଟନ କରି ୧୫ ଟି ପଞ୍ଚାୟତ ପାଇଁ ସରକାରଙ୍କ ୪୪୫୫00ଟଙ୍କା ବିଭିନ୍ନ ଭତ୍ତା ଭାବେ ହିତାଧିକାରୀ ମାନଙ୍କୁ ପ୍ରଧାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଦକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଜିଲ୍ଲାପରିଷଦ ସଭ୍ୟ ନିରୁପମା ପାତ୍ର, କୁକୁଡାଖଣ୍ଡି ସରପଞ୍ଚ ଅଦଲ ଚେନେୟା ମଂଚାସୀନ ଥିଲେ ରବୀନ୍ଦ୍ର ମହାରଣା, ଟି.ରଘୁ ପାତ୍ର,ପ୍ରମୁଖ ଥିବା ବେଳେ ସରପଞ୍ଚ ମାନେ ଉପସ୍ଥିତ ଥିଲେ l ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଥିବା ଅନ୍ୟ ପଞ୍ଚାୟତରେ ଭତ୍ତା ଅନ୍ୟ ଏକ କାର୍ଯ୍ୟକ୍ରମରେ ବଣ୍ଟନ କରିବା ପାଇଁ ବାଚସ୍ପତି ପ୍ରତିଶୃତି ଦେଇଥିଲେ l

Advertisement