ସୋନପୁର,୦୫/୦୧/୨୧(ସୁନୀଲ ତ୍ରିପାଠୀ) : ସୋନପୁର ସହରର ମଝିପଡାରେ ଜଣେ କୋଡିଏ ବର୍ଷ ଯୁବତୀର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ତେବେ ପରିବାର ଲୋକେ ଯୁବତୀକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ l ହେଲେ ଡାକ୍ତର ଯୁବତୀର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଛନ୍ତି l ଯୁବତୀର ବେକ ଚାରି ପାଖରେ କଳା ଦାଗ ରହିଥିବା ଦେଖିବାକୁ ମିଳିଛି l ତେବ କେଉଁ କାରଣରୁ ତାର ମୃତ୍ୟୁ ହେଲା ତାହା ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି l ଯୁବତୀ ଜଣକ ମଝିପଡାର ରାଜେଶ ପଧାନଙ୍କ ଝିଅ ରାମେଶ୍ୱରୀ ବୋଲି ଜଣା ପଡ଼ିଛି l ରାସେଶ୍ୱରୀର ମୃତ୍ୟୁ ଖବର ପାଇବା ଅଞ୍ଚଳରେ ଚହଳ ପକେଇ ଦେଇଛି l ରାସେଶ୍ୱରୀ ଶାନ୍ତ ସ୍ୱଭାବର ଝିଅର ମୃତ୍ୟୁ ଖବର ପାଇ ଆତ୍ମୀୟ ସ୍ୱଜନ, ବନ୍ଧୁ ବର୍ଗଙ୍କ ସମେତ ଶତାଧିକ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦେଖିବାକୁ ଯାଇଥିଲେ l ତେବେ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l



















