Thursday, November 12, 2026
ADVERTISEMENT
Home ଆଞ୍ଚଳିକ ମସିହାଖାଲି ହତ୍ୟା ଘଟଣାରେ ଦୁଇ ନାବାଳକ ସହ ୪ଗିରଫ

ମସିହାଖାଲି ହତ୍ୟା ଘଟଣାରେ ଦୁଇ ନାବାଳକ ସହ ୪ଗିରଫ

193
ADVERTISEMENT

କୁକୁଡାଖଣ୍ଡି,୦୫/୦୧/୨୧(ଇ.ରଞ୍ଜନ) :ସଦର ଥାନା ଅନ୍ତର୍ଗତ ମସିହାଖାଲି ହରିଜନସାହି ରେ ଡିସେମ୍ବର ୩୧ତାରିଖ ରାତ୍ର ଜିରୋ ନାଇଟ ମଧ୍ଯରାତ୍ରରେ ମଦ୍ୟପାନ କରି ଉକ୍ତ ଗ୍ରାମର ମିସ୍ତ୍ରୀକାମ କରୁଥିବା କୈଳାଶ ଦାସ ନାମ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମ ର କିଛି ବ୍ୟକ୍ତି ତାଙ୍କୁ ଜିରୋନାଇଟ କରିବା ବାହାନାରେ ଡାକିନେଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଘଟଣାରେ ସଦରପୋଲିସ ଦୁଇନାବାଳକ ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ବ୍ୟକ୍ତି ମାନେ ପୂର୍ବ ଶତ୍ରୃତାରୁ କୈଳାଶ କୁ ହତ୍ୟା କରିଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି l ସେମାନଙ୍କୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି ସେଥିରେ ଦୁଇ ନାବାଳକ ସମ୍ପୃକ୍ତ ଥିବା ରୁ ସେମାନଙ୍କୁ ବ୍ରହ୍ମପୁର ସୁଧାର ଗୃହ କୁ ପଠାଇଥିବା ବେଳେ ଅନ୍ୟ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନାହାକ ଦାସ, ବିଦ୍ୟାଧର ଦାସ,ଶିବଦାସ,କୁଣ୍ଠ ଦାସ ସେମାନଙ୍କୁ ବ୍ରହ୍ମପୁର କୋର୍ଟକୁ ପଠାଇଥିବା ଥାନା ଅଧିକାରୀ ସନ୍ତୋଷୀନି ସୂଚନା ଦେଇଛନ୍ତି । ଘଟଣା ପରେ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଚଲାଇଥିଲା ସନ୍ଦେହରେ ୨ଜଣଙ୍କୁ ଆଣି ପଚରାଉଚୁରା ସମୟରେ ସେମାନେ ନିଜ ଦୋଷ ସ୍ବିକାର କରିବାସହ ଅନ୍ୟ ମାନେ ସଂପୃକ୍ତ ଥିବା କହିଥିଲେ।

Advertisement