ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ

ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ

198
ADVERTISEMENT

ପାରଳାଖେମୁଣ୍ଡି,୦୫/୦୧/୨୧(ପ୍ରଭାତ କୁମାର ପାତ୍ର) : ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ। କୂଳମଣି ବରାଳକୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟବ୍ୟାପୀ ଥାନା ଘେରାଉ ଡାକରାରେ ସାମିଲ ହେଲା ଜିଲ୍ଲା ବିଜେପି। ମାହାଙ୍ଗା ପୂର୍ବ ତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ପ୍ରତିବାଦର ଡ଼ାକରା ଦେଇଛି ବିଜେପି। ରାଜ୍ୟ ବିଜେପିର ଆହ୍ବାନ କ୍ରମେ ଜିଲ୍ଲା ବିଜେପିର ବହୁ ନେତା ଓ କର୍ମୀ ପାରଳାଖେମୁଣ୍ଡି ଥାନା ସମ୍ମୁଖରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ ସହ ଗିରଫ ଦାବିରେ ବିଜେଡି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇନ ମନ୍ତ୍ରୀଙ୍କୁ ଗିରଫ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାନଗଲେ ଏହି ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛି ଜିଲ୍ଲା ବିଜେପି ।

Advertisement