Friday, November 6, 2026
ADVERTISEMENT
Home ଆଞ୍ଚଳିକ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଉଦଘାଟିତ

ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଉଦଘାଟିତ

228
ADVERTISEMENT

ବ୍ରହ୍ମପୁର,୦୪/୦୧/୨୧(ଇ.ରଞ୍ଜନ) :ବ୍ରହ୍ମପୁରର ପୁରାତନ ରାମଲିଙ୍ଗେଶ୍ୱର ବନ୍ଦ ବର୍ତମାନ ଝିକମିକ ଆଲୋକରେ ଝୋଲଚି ପଡୁଛି ଆଜି ରାମଲିଙ୍ଗେଶ୍ବର ପୋଖରୀଟି ପ୍ରମୋଦ ଉଦ୍ୟାନ ପାଲଟିଯାଇଛି । ତାହାକୁ ରାଜ୍ୟର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ୱର ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ପୋଖରୀର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ବର୍ତ୍ତମାନ ସାଢେ ୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସୁଚନା ମିଳିଛି । ଆଜି ଉଦଘାଟିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ମଝିରେ ୩୦ ଫୁଟ ଉଚ୍ଚର ସ୍ତମ୍ବ ଏବଂ ୧୨ ଲକ୍ଷ ଟଙ୍କା ବ୍ୟୟରେ ଶିବଙ୍କ ଏକ ବିରାଟ ମୂର୍ତ୍ତି ସ୍ଥାପନ ହୋଇଛି। ମୋଟ ୧୫୦୦ ବର୍ଗମିଟର ଅଚଂଳରେ ବଗିଚା ରହିଛି। ସର୍ବସାଧାରଣଙ୍କ ପାଇଁ ୬୫୦ମିଟର ଚଲାପଥ ନିର୍ମାଣ ସହ ଓ୍ବାଟର୍ ସ୍ପୋର୍ଟ୍ସ, ବୋଟିଂ, ସଫିଂ କମ୍ପ୍ଲେକ୍ସ ମଧ୍ୟ ରହିଛି। ଏହି ପ୍ରମୋଦ ଉଦ୍ୟାନର ଚାରିପାଖ ଚଲାପଥ ନିର୍ମାଣ ହୋଇଛି। ମୟୁରୀ ଟାଓ୍ବାର ଏବଂ ମନ୍ଦିର ପଟରେ ଦୁଇଟି ଫାଟକ ରହିଛି। ଗ୍ୟାଲେରୀ ରେ ଲୋକମାନେ ବସିବା ପାଇଁ ବ୍ଯବସ୍ଥା ସହ ୪ଟି ରେଷ୍ଟ ସେଡ ମଧ୍ୟ ନିର୍ମାଣ କରାଯାଇଛି। ବଗିଚାରେ ଘାସ ଓ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି। ପୋଖରୀ ଭିତରେ ୪ଟି ଫାଉଣ୍ଟେନ ମେସିନ ଲଗାଯିବା ସହ ସେଥିରେ ଆଲୋକ ବ୍ୟବସ୍ଥା ସଂଯୋଗ କରାଯାଇଛି । ଏହି ଉଦଘାଟନ ସ୍ଥଳରେ ମାନ୍ୟବର ଜଙ୍ଗଲ ପରିବେଶ ସାଂସଦିୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ସିନ୍ଧେଦତ୍ତlତ୍ରେୟ ଭାଉସାହେବ ବ୍ରହ୍ମପୁର ମହାନଗର ନିଗମ ର କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ,ଏସପି ପିନାକ ମିଶ୍ର ସମେତ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ପରିବେଶବିତ ସୁବାଷ ମହାରଣା ପୂର୍ବତନ ମେୟର କେ. ମାଧବୀ ପ୍ରମୂଖ ଉପସ୍ଥିତ ଥିଲେ। ଏହି ପାର୍କ ପୂର୍ବରୁ ଆବର୍ଜନାମୟ ରାମଲିଙ୍ଗେଶ୍ବର ପୋଖରୀ ର ଭାବେ ଥିଲା ତାହାକୁ ପୁନଃଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ମାନ୍ୟବର ମୂଖ୍ଯମନ୍ତ୍ରୀ ୨୦୧୬ମସିହା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରମୋଦ ଉଦ୍ୟାନର ଚାରିପାଖ ଚଲାପଥ ନିର୍ମାଣ ହୋଇଛି। ବସିବା ପାଇଁ ବ୍ଯବସ୍ଥା ସହ ୪ଟି ରେଷ୍ଟ ସେଡ ମଧ୍ୟ ନିର୍ମାଣ କରାଯାଇଛି। ବଗିଚା ରେ ସୌନ୍ଦର୍ଯ୍ୟର କରଣ କରିଛନ୍ତି ବିଭିନ୍ନ ପ୍ରକାର ଗଛ ଲଗାଯାଇଛି। ପୋଖରୀ ଭିତରେ ୪ଟି ଫାଉଣ୍ଟେନ ମେସିନ ଲଗାଯିବା ସହ ସେଥି ରେ ଆଲୋକ ବ୍ୟବସ୍ଥା ସଂଯୋଗ କରାଯାଇଛି। ଏଥି ସହ ଖାଦ୍ୟ ସାମଗ୍ରୀ ବିକ୍ରୟ ନିମନ୍ତେ ବ୍ୟବସ୍ଥା ଓ ପାନୀୟ ଜଳ ଭଳି ଅନେକ ସୁବିଧା ରହିଛି। ବର୍ତ୍ତମାନ ଏହା ସହରବାସୀ ଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

Advertisement