କୁକୁଡାଖଣ୍ଡି,୦୪/୦୧/୨୧(ଇ.ରଞ୍ଜନ):-ଆର.ଜେ ଫ୍ୟାନ କ୍ଲବ ତରଫରୁ ବଉଳଝୋଳି ଠାରେ ଏକ ମେଗା ରକ୍ତଦାନ ଶିବିରି ଆୟୋଜିତ ହୋଇଯାଇଛି।ଏହାକୁ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତିି ରମେଶ ଜେନା ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ । ରାଜ୍ୟରେ ଦେଖା ଦେଉଥିବା ରକ୍ତ ଅଭାବକୁ ଦୂର କରିବାକୁ ଏହି ଶିବିରର ମୂଳ ଲକ୍ଷ ବୋଲି ବିଧାୟକ ମତ କହିଛନ୍ତି।ରକ୍ତଦାନ ମହତ ଦାନ ଏହା ସଦାସର୍ବଦା ଜାରି ରଖିବା ସହ ରକ୍ତଦାତା ଙ୍କୁ ଉତ୍ସାହିତ କରି ସେମାନଙ୍କୁ ଆହ୍ବାନ ଦେଇଥିଲେ । ଶିବିରରେ ୮୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ରମେଶଙ୍କ ପିତା ଅରକ୍ଷିତ ଜେନା,ମଧ୍ଯ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ଏଥିରେ ଜିଲ୍ଲା ଯୁବକଂଗ୍ରେସ ସଭାପତି ଚିନ୍ମୟହୋତା,ଅବନୀ ଶତପଥୀ,ଦେବାଶିଷ ମହାନ୍ତି,ପ୍ରଭାକର ତ୍ରୀପାଠୀ,ଭବାନୀ ସାହୁ,ଅମନ ସାହୁ ,ମିଟୁ ବେହେରାଙ୍କ ସମେତ ଫ୍ୟାନ କ୍ଲବର ବହୁ ସଦସ୍ୟ ଯୋଗଦେଇଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତା ମାନଙ୍କ ମିଳିତ ସହଯୋଗ ରକ୍ତ ସଂଗ୍ରହ କରିଥିଲେ।



















