Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

180
ADVERTISEMENT

ପାରଳାଖେମୁଣ୍ଡି,୦୪/୦୧/୨୧(ପ୍ରଭାତ କୁମାର ପାତ୍ର) : ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, ବିଜୁ ଜନତା ଦଳର ଏକଧିକ ନେତା ଓ କର୍ମୀ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଅଛନ୍ତି, ଯେଉଁ କାରଣରୁ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ଯେପରି ବହୁ ଚର୍ଚ୍ଚିତ କାଶୀନଗର ଶିଶୁ ଅପହରଣ ମାମଲାରେ ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା କେ ଚୈତନ୍ୟ, କାଶୀନଗର ଏନଏସିର ବିଜେଡି ଛାତ୍ର ସଭାପତି। ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ଜିଲ୍ଲା ବିଜେପି । ପୁର୍ବରୁ ବିଜେଡି ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜ ମଧ୍ୟ ବାଲି ଚୋରାଚାଲାଣରେ ଅଭିଯୁକ୍ତ ଥିବା ବେଳେ ଅନେକ ଚୋରୀ ଘଟଣାରେ ବିଜେଡି ଦଳୀୟ ଲୋକ ସାମିଲ ଅଛନ୍ତି ଏଭଳି ଅନେକ ଘଟଣା ରହିଛି ପୋଲିସ ଜାଣିଶୁଣି ଘଣ୍ଟ ଘୋଡାଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଗାମୀ ଦିନରେ ଯଦି ଉଚିତ କାର୍ଯ୍ୟାନୁଷ୍ଠାନ ନ ନେଲେ ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଇଛନ୍ତି ।

Advertisement