Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଆଜି ଠୁ ମା’ତାରାତାରିଣୀ ଭକ୍ତଙ୍କୁ ଦର୍ଶନ ଦେଲେ

ଆଜି ଠୁ ମା’ତାରାତାରିଣୀ ଭକ୍ତଙ୍କୁ ଦର୍ଶନ ଦେଲେ

248
ADVERTISEMENT

ବ୍ରହ୍ମପୁର,୩/୧,(ସୁଦାମ ମହାରଣା) : ଆଜି ଦୀର୍ଘ ୯ମାସର ଅନ୍ତ ଘଟିଛି ।କରୋନା ମହାମାରୀ ର ପ୍ରାଦୁର୍ଭାବ ପରଠୁ ବନ୍ଦ ରହିଥିବା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ଆଜି ଠାରୁ ସର୍ବସାଧାରଣ ଙ୍କୁ ଦର୍ଶନ ଦେଈଛନ୍ତି । କୋଭିଡ୍ ନିୟମକୁ ମାନି ଶ୍ରଦ୍ଧାଳୁ ମାନେ ଭକ୍ତିରେ ମା ଙ୍କୁ ଦର୍ଶନ କରିଥିଲେ । ବିଡିଏ ପକ୍ଷରୁ ମା ଙ୍କ ଦର୍ଶନ ଲାଗି ଉପରକୁ ଯିବା ଆସିବା ପାଇଁ ୨ଗୋଟି ବସର ବ୍ୟବସ୍ଥା କରାଯାଇଛି ।ପ୍ରତ୍ୟେକ ଭକ୍ତ ଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଭକ୍ତ ମାନେ ପୂର୍ବ ଭଳି ମାଙ୍କୁ ଦୀପଦାନ ସହ ଭୋଗ ଅର୍ପଣ କରିଥିଲେ । ମନ୍ଦିରକୁ ବିଭିନ୍ନ ରଙ୍ଗ ବେରଙ୍ଗ ଫୁଲମାଳରେ ସୁସଜ୍ଜିତ କରାଯାଇଥିଲା । ମନ୍ଦିର ଉପର ଭାଗରେ ଶୃଙ୍ଖଳିତ ଦର୍ଶନ ପାଇଁ ବେରିକଡ ବ୍ୟବସ୍ଥା କରାଯାଇଥିଲା।ଉପର ଓ ତଳଭାଗରେ ପୁଲିସ ମୁତୟନ ରହିଥିଲେ ।


ପ୍ରଶାସନ ପକ୍ଷରୁ ଏଡିଏମ ରେଭିନିୟୁ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡ଼ିଓ ବିଜୟ କୁମାର ବେହେରା, ଏସଡିପିଓ ସିମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ,ମନ୍ଦିର ପରିଚାଳନା କମିଟିର ନିର୍ବାହୀ ଅଧିକାରୀ ଟି.କେ ରେଡି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement