କୁକୁଡାଖଣ୍ଡି ,୦୨/୦୧/୨୧(ଇ.ରଞ୍ଜନ) : ସଦରଥାନା ଅନ୍ତର୍ଗତ କୁମାରପୁର କେନାଲ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧ ଙ୍କ ଘଟଣାସ୍ଥଳରେ ହିଁ ମୃତ ଘଟିଛି।ମୃତକ ହେଲେ କୁମାରପୁର ଗ୍ରାମର ନେତ୍ର ପ୍ରଧାନ (୬୦)। ନେତ୍ର ଶନିବାର ସଂନ୍ଧ୍ୟା ୬ଟା ସମୟରେ କନିଷିରୁ ଦୈନିକ କାର୍ଯ୍ୟ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ବିପରିତ ଦିଗରେ କନିଷି ଯାଉଥିବା ଓଡି୦୭ଏଚ୍ ୪୩୦୦ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ନେତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ଉପସ୍ଥିତ ଅଛନ୍ତି l ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏରିଆ ନିରୂପଣ କରି ଘଟଣାର ତଦନ୍ତ କରୁଛି।




















