କୋଦଳା,୦୨/୦୧/୨୧(ସୂର୍ଯ୍ୟନାରାୟଣ ବଡୁ ) : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତି ଲତିକା ପ୍ରଧାନ କୋଦଳା ଏନଏସି ଏବଂ ବେଗୁନିଆପଡା ବ୍ଲକ ଠାରେ କର୍ମୀମାନଙ୍କ ସହିତ କିଛି ମୁହୂର୍ତ୍ତ ସାକ୍ଷ୍ୟାତ କରିଥିବା ବେଳେ ବେଗୁନିଆପଡା ବ୍ଲକରେ ଉର୍ଣ୍ଣୟନ ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।ନବବର୍ଷ ସକାଳୁ ସକାଳୁ ବିଧାୟିକା ପ୍ରଥମେ କୋଦଳା ଆରାଧ୍ୟ ଦେବତା ବାବା ଦଣ୍ଡିଶ୍ୱରଙ୍କ ପୀଠରେ ପୂଜା ଅର୍ଚ୍ଚନା କରି ସାରିବା ପରେ କୋଦଳା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ କର୍ମୀମାନଙ୍କ ଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।ପରେ ପରେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଚାରା ରୋପଣ କରି ପଣ୍ଡାସାହି ଠାରେ ବିଜେଡି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।ସେଠାରୁ ଫାସି ବାବା ମାଣିକେଶ୍ବର ଙ୍କ ଦର୍ଶନ ସାରି ବେଗୁନିଆପଡା ବ୍ଲକରେ ବିଧାୟିକାଙ୍କ ଆଞ୍ଚଳିକ ଉର୍ଣ୍ଣୟନ ହାତ ପାଣ୍ଠିରୁ ୧୧ଟି ପ୍ରକଳ୍ପ ପାଇଁ ୨୪ ଲକ୍ଷ ୫0 ହଜାର ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏଥିରେ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ,ସରକାରୀ କର୍ମଚାରୀ ଓ ବିଜେଡି କର୍ମୀ ଯୋଗ ଦେଇଥିଲେ ।


















