କୋଦଳା,୦୨/୦୧/୨୧(ସୂର୍ଯ୍ୟନାରାୟଣ ବଡୁ ) : ଧାନ ସଂଗ୍ରହ ପାଇଁ ଗ୍ରାମବାସୀଙ୍କୁ ସଚେତନ କରିବା,ସୁମଣ୍ଡଳ ପାକ୍ସ ରେ କେଉଁ ଚାଷୀ କେତେ ଧାନ ମଣ୍ଡିକୁ ଦେବେ ଜଣାଇବା,ମୋଟାଧାନ ୭୫ କେଜି ବଦଳରେ ୮୪/୮୫ ନେଉଥିବା,କେଉଁ ପାକ୍ସ ପାଇଁ କିଏ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି । ଚାଷୀଙ୍କୁ ଜଣାଇବା ଏବଂ ଧାନ ବିକ୍ରି ସମୟ ରେ ଯଦି କିଛି ଅସୁବିଧା ହୁଏ କାହାକୁ ଚାଷୀ ଅଭିଯୋଗ କରିବେ ବୋଲି ଦାବି ନେଇ ଗୁରୁବାର କୃଷକ ସଙ୍ଗଠନ ଆବାହକ ବିଜୟ କୁମାର ସ୍ୱାଇଁ, ଜୟ କିଷାନ କୃଷକ ସଙ୍ଗଠନ ସଭାପତି ଯୋହନ ସ୍ବାଇଙ୍କ ନେତୃତ୍ୱରେ କେ. ରାଣୀପଡ଼ା, ଇନାମ ବେଲପଡା, ବୁରୁଝୁରି ଓ ସୁମଣ୍ଡଳ ପାକ୍ସର ୧00 ରୁ ଉର୍ଦ୍ଧ୍ଵ ଚାଷୀ ବେଗୁନିଆପଡା ବ୍ଲକରେ ପହଂଚି ବିଡ଼ିଓ ବେଦବର ପ୍ରଧାନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।


















