Friday, November 6, 2026
ADVERTISEMENT
Home ଆଞ୍ଚଳିକ ନୂତନ ବର୍ଷ ସ୍ୱାଗତରେ ଦ୍ବୀପ ପ୍ରଜ୍ବଳନ

ନୂତନ ବର୍ଷ ସ୍ୱାଗତରେ ଦ୍ବୀପ ପ୍ରଜ୍ବଳନ

228
ADVERTISEMENT

କୋଦଳା,୦୨/୦୧/୨୧(ସୂର୍ଯ୍ୟନାରାୟଣ ବଡୁ ) : ପ୍ରଶାସନ ର ନିର୍ଦ୍ଦେଶ ତଥା କୋଭିଡ ଗାଇଡ଼ ଲାଇନ କୁ ପାଥେୟ କରି ବହୁତ ନ ହେଲେ ଅଳ୍ପ ସଂଖ୍ୟାରେ କୋଦଳା ଆରାଧ୍ୟ୍ୟ ଠାକୁର ବାବା ଦଣ୍ଡିଶ୍ୱର ମନ୍ଦିର ପରିସର ରେ ଗ୍ରାମବାସୀଙ୍କ ଶୁଭ ମନାସୀ ଦ୍ବିପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟକ ବର୍ଷ ବହୁ ଆଡମ୍ବର ସହକାରେ ଦ୍ବୀପ ପ୍ରଜ୍ବଳନ କାର୍ଯ୍ୟ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିବା ବେଳେ ଏହି ବର୍ଷ ମନ୍ଦିର ରୀତିନୀତି ବ୍ୟତୀତ ସମସ୍ତ କାର୍ଯ୍ୟ ବନ୍ଦ ରହିଥିଲା ତଥାପି ଭକ୍ତ କମ ସଂଖ୍ୟକ ଉପସ୍ଥିତ ରହି ମନ୍ଦିର ସନ୍ଧ୍ୟା ଆଳତି ପରେ ପରେ ବିଭିନ୍ନ ସ୍ଥାନରେ ଦ୍ବୀପଟିଏ ଜଳାଇ ନିଜ ନିଜ ପରିବାରର ଶୁଭ କାମନା ଭଗବାନଙ୍କ ନିକଟରେ ପାର୍ଥନା କରିଥିଲେ । ସେହିପରି ହନୁମନ୍ତ ନାରାୟଣୀ ମନ୍ଦିରରେ ମଧ୍ୟ ମା ମାନେ ଦ୍ବୀପ ପ୍ରଜ୍ବଳନ କରି ମାଙ୍କ ଆଶୀର୍ବାଦ ଲାଭ କରିଥିଲେ ।

Advertisement