Thursday, November 5, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

203
ADVERTISEMENT

ବ୍ରହ୍ମପୁର,୧/୧/୨୦୨୧,(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ ଏ ଏସି ସ୍ଥିତ ହିନ୍ଦୀ ଭବନ ପରିସରରେ ଷଷ୍ଠ ରାଜ୍ୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଙ୍ଘ ତରଫରୁ ନୂତନ ବର୍ଷର ଅଭିନନ୍ଦନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ପ୍ରଭୁ ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପାଞ୍ଜଳି ଦେଇ ଜଗତର ମଙ୍ଗଳ କାମନା ଓ କରୋନା ଦାଉରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ ।ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ଅରୁଣ କୁମାର ପଣ୍ଡା, ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ,କୋଷାଧ୍ୟକ୍ଷ ନରସିଂହ ପଣ୍ଡା,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ସଭାପତି ରଘୁନାଥ ସାହୁ ପ୍ରମୁଖ ମଞ୍ଚାସିନ ରହି ସରକାରଙ୍କ ବରିଷ୍ଠ ନାଗରିକପାଇଁ ବିଭିନ୍ନ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ହରିହର ପଣ୍ଡା ଅବହେଳିତ ବରିଷ୍ଠ ନାଗରିକ ପାଇଁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Advertisement