Wednesday, September 16, 2026
ADVERTISEMENT
Home ଜିଲ୍ଲା କଟକ ଏକ କୁଇଣ୍ଟାଲ ସିନ୍ଥେଟିକ୍‌ ପନୀର୍‌ ଜବତ

ଏକ କୁଇଣ୍ଟାଲ ସିନ୍ଥେଟିକ୍‌ ପନୀର୍‌ ଜବତ

233
ADVERTISEMENT

ଭୁବନେଶ୍ବର,୩୦/୧୨(ଡ଼ି.ଏଚ/ବ୍ୟୁରୋ) : କଟକରେ ସିନ୍ଥେଟିକ୍‌ ପନୀର୍‌। କୋଲକାତାରୁ କଟକ ପ୍ରତିଦିନ ଆସୁଛି ଏହିଭଳି ଅପମିଶ୍ରିତ ପନୀର୍‌। କଟକ ଓଏମପି ନିକଟରୁ ଏକ କୁଇଣ୍ଟାଲ ପନୀର୍‌ ଜବତ ସହ ଜଣେ ବ୍ୟକ୍ତିଙ୍କୁ କଟକ ଚାଉଳିଆଗଂଜ ପୁଲିସ ଜବତ କରିଛି। ମୋବାଇଲ ଟେଷ୍ଟ ଭ୍ୟାନରେ ଏହି ଅପମିଶ୍ରିତ ପନୀର୍‌କୁ ପରୀକ୍ଷା କରାଯିବା ପରେ ଏଥିରେ ଡିଟରଜେନ୍‌ଟ ଗୁଣ୍ଡ ସଲଫ୍ୟୁରିକ୍‌ ଏସିଡ଼ ଓ ନଷ୍ଟ କ୍ଷୀର ମିଶୁଥିଲା ବୋଲି କଟକ ମହାନଗର ପକ୍ଷରୁ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର । ଏଥି ସହ ଚାଉଲିଆଗଂଜ ଥାନା ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛୁ। ଅନ୍ୟ କିଛି ବ୍ୟକ୍ତି ପୁଲିସକୁ ଦେଖିବା ରାସ୍ତାରୁ ଖସି ପଳାଇଛନ୍ତି। ଏହି ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରୁଛି। ଆଗକୁ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରିବ।

Advertisement