Friday, November 6, 2026
ADVERTISEMENT
Home ରାଜ୍ୟ ଦୁର୍ନୀତି ଓ ଅପାରଗତା ଯୋଗୁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ଯୋଗୁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

169
ADVERTISEMENT

ଭୁବନେଶ୍ବର,୩୦/୧୨(ଡ଼ି.ଏଚ/ବ୍ୟୁରୋ) :ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଇଂଜିନିୟର ଥିବା ବେଳେ ୨ଜଣ ଅବକାରୀ ବିଭାଗର ଅଧିକାରୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି। ଦୁର୍ନୀତି ଓ ଅପାରଗତା ବିରୋଧରେ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ କେନ୍ଦୁଝର ରୁରାଲ ୱାର୍କ ଡିଭିଜନର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା। ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି ଏବଂ ସେ ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିଭୁର୍ତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି।

Advertisement