କୁକୁଡ଼ାଖଣ୍ଡି,୨୯/୧୨(ଇ.ରଞ୍ଜନ) : ଓଡିଶା କ୍ୟାବିନେଟ ଦ୍ୱାରା ଏକ ଐତିହାସିକ ନିଷ୍ପତି ପାରିତ ହୋଇଯାଇଅଛି। ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି।ଗ୍ରାମଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ସଂରକ୍ଷଣ ରହିବ। ଆଉ ଏହାକୁ ଆଗାମୀ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି। କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଚୂଡାନ୍ତ ରୂପ ଦେବାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ। ଏହି କମିଟି ଆସନ୍ତା ୩ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବେ,ଯାହାଫଳରେ କମିଟିର ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯାଇପାରିବ। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଭଳି ଶିକ୍ଷା ବିକାଶ ଉପରେ କୁକୁଡାଖଣ୍ଡି ବିଜେଡି ଛାତ୍ର ସଂଘଟନ ପକ୍ଷରୁ ସ୍ୱାଗତ ଜଣାଇବା ସହ ବିଡ଼ିଓ ଙ୍କ ଜରିଆରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷପ ଲିଖିତ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଧାନ କରାଯାଇଛି ଏଥିରେ ସଞ୍ଜୟ କୁମାର ସାହୁ,ରାଧା ମୋହନ ସେଠି,ବଳରାମବେହେରା,ଲିଙ୍କନପାତ୍ର, ସୁରେଶବେହେରା,ଏଲ.ରବି,ଜ୍ୟୋତି ରଞ୍ଜନ ପାତ୍ର,ସଞ୍ଜୟ ସେଠି,ସନ୍ତୋଷ ପ୍ରଧାନ,ଅବିନାଶ ମହାନ୍ତି,ରାଜୁ ପାତ୍ର,ଟୁଟୁ ନାୟକ,ସରୋଜ କୁମାର ନାୟକ,ଅଜୟ ପ୍ରଧାନଙ୍କ ସମେତ ବହୁ ଯୁବକ ଦଳୀୟ କର୍ମୀ ଉପସ୍ଥିତ ରହି ସ୍ୱାଗତ ପତ୍ର ପ୍ରଦାନ କରିଥିଲେ।ସୁରେଶବେହେରା,ଏଲ.ରବି,ଜ୍ୟୋତି ରଞ୍ଜନ ପାତ୍ର,ସଞ୍ଜୟ ସେଠି,ସନ୍ତୋଷ ପ୍ରଧାନ,ଅବିନାଶ ମହାନ୍ତି,ରାଜୁ ପାତ୍ର,ଟୁଟୁ ନାୟକ,ସରୋଜ କୁମାର ନାୟକ,ଅଜୟ ପ୍ରଧାନଙ୍କ ସମେତ ବହୁ ଯୁବକ ଦଳୀୟ କର୍ମୀ ଉପସ୍ଥିତ ରହି ସ୍ୱାଗତ ପତ୍ର ପ୍ରଦାନ କରିଥିଲେ।ପାରର ମାଷ୍ଟରମାଇଣ୍ଡ କିଏ ତାହା ଅସ୍ପଷ୍ଟ ।


















