ADVERTISEMENT
Home ଆଞ୍ଚଳିକ ଜଣେ ଯୁବକ ଆତ୍ମହତ୍ୟା !

ଜଣେ ଯୁବକ ଆତ୍ମହତ୍ୟା !

223
ADVERTISEMENT

ପାରଳାଖେମୁଣ୍ଡି,୨୯/୧୨(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ରାଜ ଦାଣ୍ଡ ସାହିର ସଂସ୍କୃତି ଭବନ ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକ ଜଣକ ବେକରେ ଦୈାଡି ଦେଇ ଫେନରେ ଝୁଲି ଆତ୍ମହତ୍ୟା କରିଥିବା ଜଣା ପଡିଛି । ମୃତ ଯୁବକ ହେଉଛନ୍ତି କରଡାସିଂ ଅଞ୍ଚଳର ବାବୁଲା ଜାନି ବୋଲି ଜଣାପଡିଛି। ଗତ କିଛି ଦିନ ହେଲା ସଂସ୍କୃତି ଭବନରେ ରହି ଚିକିତ୍ସିତ ହେଉଥିଲେ। ସେ ଜଣେ ଆର ଏସ ଏହାର ସଦସ୍ୟ। ଆତ୍ମହତ୍ୟାର କାରଣ ଜଣା ପଡିନଥିବା ବେଳେ, ତାଙ୍କର ମଳକଣ୍ଠକ ରୋଗରେ ଆକ୍ରାନ୍ତ ଥିଲେ। ତେବେ ଅତ୍ୟଧିକ ଯନ୍ତ୍ରଣା ଯୋଗୁଁ ସହ୍ୟ କରି ନପାରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ପୋଲିସ। ସକାଳେ କିଛି ଲୋକ ସଂସ୍କୃତି ଭବନକୁ ଯିବା ସମୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

Advertisement