Thursday, November 5, 2026
ADVERTISEMENT
Home ରାଜ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ନାମରେ ଘରେ ଘରେ ଷ୍ଟିକର: ବିଜେପିର ବିରୋଧ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ନାମରେ ଘରେ ଘରେ ଷ୍ଟିକର: ବିଜେପିର ବିରୋଧ

185
ADVERTISEMENT

ଭୁବନେଶ୍ବର ,୨୮/୧୨(ଡ଼ି.ଏଚ/ବ୍ୟୁରୋ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଥିବା ଗୃହକୁ ରାଜ୍ୟ ସରକାର ବର୍ତ୍ତମାନ ଘରେ ଘରେ ବିଜୁ ପକ୍କାଘର ନାମରେ ନାମିତ କରିବା ସହ ପ୍ରତି ଘରେ ଷ୍ଟିକର ମାରିବାକୁ କଣିହାଁ ବ୍ଳକ ବିଜେପି ପକ୍ଷରୁ ବିରୋଧ କରାଯିବା ସହ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଶାସନ ବିଜୁ ପକ୍କା ଗୃହର ଷ୍ଟିକରକୁ ଉଠାଇ ପ୍ରଧାନମନ୍ତ୍ରୀ ଆବାସ ନାମକରଣ କରିବା ପାଇଁ ବ୍ଳକ ବିଡ଼ିଓ ନିକଟରେ ଦାବି କରାଯାଇଛି ଏବଂ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ଠାରୁ ପ୍ରତି ଥାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଷ୍ଟିକର ମାରିବା ବନ୍ଦ କରାନଗଲେ ବ୍ଳକ ବିଡିଓ ଓ ଥାନା ଅଧିକାରୀ ଦାୟୀ ରହିବେ ବୋଲି ଆଜି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଚେତାବନୀ ଦେଇଛନ୍ତି।

Advertisement