ADVERTISEMENT
Home ଆଞ୍ଚଳିକ ମୋହନାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ

ମୋହନାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ

189
ADVERTISEMENT

ମୋହନା ,୨୮/୧୨(ମୋହନ ଗୌଡ଼) : ଗଜପତି ଜିଲ୍ଲା ମୋହନାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବିଜୁକଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସେ ନିଜ ବକ୍ତବ୍ୟରେ ଉପସ୍ଥିତ କର୍ମୀମାନଙ୍କୁ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା, ପ୍ରତି ପଞ୍ଚାୟତକୁ ଯାଇ ଲୋକମାନଙ୍କ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିବା ସହ ସମସ୍ୟାର ସମାଧାନ ତୁରନ୍ତ କରିବା, ସାଧାରଣ ଲୋକଙ୍କୁ ଦଳର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଚିନ୍ତାଧାରା ସଂପର୍କରେ ଅବଗତ କରାଇବା , ଯେଉଁମାନେ ରେସନ କାର୍ଡ, ବିଜୁପଜ୍ଜା ଘର ଯୋଜନା ଓ ସୁଲଭ ଶୌଚୀଳୟ ଯୋଜନାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ତୁରନ୍ତ ସାହାଯ୍ୟର ହାତ ବଢାଇବା ଆଦି ସଂପର୍କରେ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ତତ୍ପରେ ସାଂସଦ ହିଲ୍‌ ଟପ୍ କଲେଜ ସମ୍ମୁଖରେ ରହିଥିବା ତିନି କୋଣିଆଁ ଛକଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ଉନ୍ଲୋଚନ ହେବାକୁ ସ୍ଥାନରେ ନଡ଼ିଆ ଭାଙ୍ଗି ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀ ସାହୁ ଯୋଗଦେଇଥିବାବେଳେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ୍‌.ଲିଙ୍ଗରାଜ, ସଂଯୋଜିକା ଇନ୍ଦିରା ପଟନାୟକ, ଉପସଭାପତି ଅନୁର୍ଯ୍ୟାମୀ ଗମାଙ୍ଗ ଯୁବ ଉପସଭାପତି ଫିରୋଜ ପଟ୍ଟନାୟକ, ଛାତ୍ର ସଭାପତି ବିଶ୍ଵଜିତ ତ୍ରିପାଠୀ, ଯୁବ ବିଜେଡ଼ି ସାଧାରଣ ସଂପାଦକ ସନ୍ତୋଷ କୁମାର ବେହେରା, ମୋହନା ବ୍ଳକ୍ ଛାତ୍ର ସଭାପତି ଶୁଭଙ୍କର ଦତ୍ତ ପ୍ରମୁଖ ଯୋଗଦେଇଥିଲେ। କୁଜି ନେତାଙ୍କ ପ୍ରଲୋଭନରେ ପଡ଼ି ଦୁର୍ନିତି, କଳାକାରନାମା ଓ ଠକେଇକୁ ପ୍ରଶୟ  ନ ଦେବାକୁ କମୀମାନଙ୍କୁ ସାଂସଦ ଗୁରୁମନ୍ତ୍ର ଦେଇଥିଲେ ।

Advertisement