ADVERTISEMENT
Home ଜିଲ୍ଲା ଅନୁଗୁଳ ହାତୀ ଆକ୍ରମଣରେ ତିନି ଜଣ ଗୁରୁତର ହେବା ସହିତ ହାତୀ ଦୁଇ ବଖରା ଘର ଭାଙ୍ଗି...

ହାତୀ ଆକ୍ରମଣରେ ତିନି ଜଣ ଗୁରୁତର ହେବା ସହିତ ହାତୀ ଦୁଇ ବଖରା ଘର ଭାଙ୍ଗି ଦେଇଛି।

233
ADVERTISEMENT

ଅନୁଗୁଳ,୨୭/୧୨(ଡ଼ି.ଏଚ/ବ୍ୟୁରୋ) :ସୂଚନାଯୋଗ୍ୟ, ଛେଣ୍ଡିପଦା ରେଞ୍ଜ ମଣ୍ଡୁଆ ଗ୍ରାମରେ ଦନ୍ତାହାତୀ ଗତକାଲି ରାତି ୧୦ ଟାରେ ଗୋଳାଗାଡ଼ିଆ ଗ୍ରାମର ବିର ସାହୁଙ୍କ ଅଜବେଷ୍ଟସ ଓ ଚାଳ ଛପର ଘର ଦୁଇବଖରା ଭାଙ୍ଗି ନଷ୍ଟ କରିଥିଲା। ଘର ଭାଙ୍ଗିବା ସମୟରେ ଘରେ ଥିବା ବିର ସାହୁଙ୍କ ପୁଅ ଅଜିତ(୨୫)ଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ପରିବାର ଲୋକେ ଅଜିତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ହାତୀକୁ ଘଉଡେଇବାକୁ ଉଦ୍ୟମ କରୁଥିବା ବେଳେ ପଡୋଶୀ କରୁଣାକର ସାହୁ(୩୯) ଓ ମହେଶ୍ୱର ସାହୁ(୪୯) ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ। ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିବା ତିନିଜଣଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତ ୯ ମାସ ହେବ ହାତୀ ସମସ୍ୟା ନଥିବା ବେଳେ ଏବେ ପୁଣି ହାତୀଙ୍କ ଏଭଳି ଉତପାତ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Advertisement