Saturday, September 19, 2026
ADVERTISEMENT
Home ମୁଖ୍ୟ ଖବର ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ଼ ତୃତୀୟ ସୋପାନ ଟେଷ୍ଟ ‘୨୦୧୯-୨୦’ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ଼ ତୃତୀୟ ସୋପାନ ଟେଷ୍ଟ ‘୨୦୧୯-୨୦’ ଅନୁଷ୍ଠିତ

334
ADVERTISEMENT

ଢେଙ୍କାନାଳ ,୦୩/୦୮(ନରେନ୍ଦ୍ର ଜେନା): କୁସୁମଜୋଡି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ଅଁଳାବେରଣୀ ଠାରେ ୨/୮ ଓ ୩/୮ ତାରିଖ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ଼ ତୃତୀୟ ସୋପାନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଅଛି । ଏହି ଶିବିରରେ ୨୧୩ ଜଣ ସ୍କାଉଟ ୧୨୨ଜଣ ଗାଇଡ଼ ଓ ୩ ଜଣ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ଯୋଗଦାନ କରିଛନ୍ତି । ଉକ୍ତ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଗାଇଡ଼ ମୁଖ୍ୟ କମିଶନର ମହୋଦୟ ଶ୍ରୀଯୁକ୍ତ ସୁଧାନନ୍ଦ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ,ସ୍କାଉଟ ମାନେ ସ୍କାଉଟ ଗାଇଡ଼ ନୀତି ଆଦର୍ଶକୁ ଅନୁସରଣ କରି ଜୀବନରେ ଭଲ ମଣିଷ ହେବା ପାଇଁ ଉପେଦେଶ ପ୍ରଦାନ କରିଥିଲେ । ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ ମହୋଦୟ ଯୋଗଦାନ କରିଥିଲେ । ଜିଲ୍ଲା ସ୍କାଉଟ ଗାଇଡ଼ ସମ୍ପାଦକ ସାଦାମିନୀ ଦାସ ,ଜିଲ୍ଲା ସ୍କାଉଟ କମିଶନର ଶ୍ରୀଯୁକ୍ତ ଗଗନ ବିହାରୀ ନାୟକ ,ଜିଲ୍ଲା ଗାଇଡ଼ କମିଶନର ଶ୍ରୀମତୀ ପୁଷ୍ପାଞ୍ଜଳି ଦଳାଇ ,ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀମତୀ ସନ୍ଧ୍ୟାରାଣୀ ବିଶ୍ୱାଳ ,ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପୃଷ୍ଟି ,ଶ୍ରୀଯୁକ୍ତ ପ୍ରାଣବନ୍ଧୁ ମହାରଣା ,ଶ୍ରୀଯୁକ୍ତ ବିଜୟ କୁମାର ନନ୍ଦ ,ଶ୍ରୀଯୁକ୍ତ ନରେଶ କୁମାର ମହାରଣା ,ଶ୍ରୀମତୀ ଗୀତାଞ୍ଜଳି ମିଶ୍ର ,ନସିମା ଆରବେଗମ ଓ ଜିଲ୍ଲାର ୩୭ ଟି ସ୍କୂଲ ର ସ୍କାଉଟ ମାଷ୍ଟର, ଗାଇଡ଼ କ୍ୟାପଟେନ ଓ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,କର୍ମଚାରୀ ତଥା ନିକଟ ସ୍କୂଲର କର୍ମଚାରୀ ବୃନ୍ଦ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଛନ୍ତି ।

Advertisement