ବ୍ରହ୍ମପୁର,୨୭/୧୨(ଇ ରଞ୍ଜନ) : ପୋଲିସ ର ବଡ଼ ସଫଳତା ସୁନା ଦୋକାନ ରୁ ହୋଇଥିବା ଚୋରୀ ଘଟଣା ର ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗିରଫ କରିଛି । ଗତ ଅକ୍ଟୋବର ଶେଷ ଆଡକୁ ଚୋରି ହୋଇଥିବା ବିନୋଦ ଜୁଏଲରୀ ଦୋକାନ ରୁ ୧୪୦୦ ଗ୍ରାମ ସୁନା ଅଳଙ୍କାର ଚୋରୀ ହୋଇଥିବା ବେଳେ ଲଗାତାର ପୁନର୍ବାର ଡିସେମ୍ବର ୧୭ ରେ କେଶବ ସୁନା ଦୋକାନ ଲୁଟେରା ଙ୍କ ଟାର୍ଗେଟ ପରିସରରେ ରଖି ଚୋରି କରିବା ରେ ସଫଳତା ହାସଲ କରି ୪୦୦ରୁ ଉର୍ଦ୍ଧ ଗ୍ରାମ ସୁନା ଗହଣା ସହ ନଗଦ ୧ ଲକ୍ଷ ଉର୍ଦ୍ଧଟଙ୍କା ଟଙ୍କା ଚୋରୀ କରିଥିଲା। ବଡ ବଜାର ଥାନାରେ ଏତଲା ହୋଇଥିଲା। ଥାନାରେ କେଶ ନଂ-୨୨୪/୨୦୨୦ ଏବଂ ୨୫୯/୨୦୨୦ ଦୁଇଟି ମାମଲା ରୁଜୁ ହୋଇ ବଡ ବଜାର ଉକ୍ତ ପୋଲିସ ଥାନା ପକ୍ଷ ରୁ ଯୋରଯାର ତଦନ୍ତ ଆରମ୍ଭ ହୋଇଥିଲା। ଯାହାକି ସେମାନଙ୍କ ଯୋଗୁଁ ଲୁଟେରା ଅଭିଯୁକ୍ତ ଙ୍କୁ ଧରିବାରେ ସଫଳତା ହାସଲ କରିଛି ବ୍ରହ୍ମପୁର ପୋଲିସ । ଅଭିଯୁକ୍ତ ମାନେ ପଡୋଶୀ ରାଜ୍ୟ ଛତିଶଗଡ଼ର ଯୁବକ ଲୋକେଶ ଶ୍ରୀବସ ଏବଂ ଲୋକେଶ ରାଓ।ସେମାନଙ୍କ ଠାରୁ ପୋଲିସ ୧୨ ଲକ୍ଷ ୭ ହଜାର ଟଙ୍କା,୧୬୮ ଗ୍ରାମ ସୁନା ଏବଂସେମାନଙ୍କ ସଫଳତା ର ସହ ଚୋରି କରିବାର ଆବଶ୍ୟକ ଯନ୍ତ୍ରପାତି ଜବତ କରିଛି। ଉଭୟଙ୍କ ନାମରେ ପୂର୍ବରୁ ଅନେକ ମାମଲାରେ ଛତିଶଗଡ଼ କୋର୍ଟରେ କେଶ ବିଚାରଧିନ ରହିଛି ବର୍ତମାନ ସେମାନେ ଜେଲ ରେ ଥିଲେ ବେଲରେ ଆସି ବ୍ରହ୍ମପୁର ରେ ଡକାୟତି କରିବା ପାଇଁ ନକ୍ସା କାଟୁଥିଲେ । ପୋଲିସ ସେମାନଙ୍କୁ ଛତିଶଗଡ଼ ଦୁର୍ଗ ଜେଲରେ ଦୁଇ ଅଭିଯୁକ୍ତ ବନ୍ଦୀକରି ରଖିଛନ୍ତି ସେମାନଙ୍କୁ ଆଣିବା ପାଇଁ ବ୍ରହ୍ମପୁର ପୋଲିସ ଟିମ୍ ସେଠାରେ ପହଞ୍ଚିଛନ୍ତି । ସେମାନଙ୍କୁ ଏଠାକୁ ଅଣାଯିବା ପରେ ଏସଡିଜେଏମ ଙ୍କ କୋର୍ଟରେ ହାଜର କରାଯିବ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀ ରେ ଅବଗତ କରିଛନ୍ତି


















