ବ୍ରହ୍ମପୁର,୨୭/୧୨(ସୁଦାମ ମହାରଣା) :ଗଞାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ କୋଦଳାରେ ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ବିଧାୟିକା ଲତିକା ପ୍ରଧାନ ଙ୍କ ନେତୃତ୍ବରେ ଦଳୀୟ କର୍ମୀ ଓ ଜନ ପ୍ରତିନିଧି ବହୁସଂଖ୍ୟାରେ ଯୋଗଦେଇଥିବା ବେଳେ ୨୪ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ।ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରା,ବ୍ଲକ ବିଜେଡି ସଭାପତି ବିଜୟ କୁମାରଦୋରା,ଜିଲ୍ଲା ପରିଷଦସଭ୍ୟ ମନୋଜ କୁମାର ପାଣ୍ଡି,ପ୍ରଫୁଲ୍ଲ ଚନ୍ଦ୍ର ତିଆଡି ,କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ଏନ୍ ଏ ଏସି ବିଜେଡ଼ି ସଭାପତି ଭଗବାନ ସ୍ବାଇଁ ,ନିର୍ବାଚନ ମଣ୍ଡଳୀ ର ବହୁ କର୍ମୀ ଉପସ୍ଥିତ ଥିଲେ ।


















