ଭୁବନେଶ୍ବର,୨୭/୧୨(ଡ଼ି.ଏଚ/ବ୍ୟୁରୋ) :ରାଉରକେଲା ୧୪୩ ନଂ ଜାତୀୟ ରାଜପଥର ବାଲୁଘାଟ ଏନଏଚ ଡାକ ବଙ୍ଗଳା ନିକଟରେ ଏକ ମିନି ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛିl ଏହା ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି l ବସରେ ଥିବା ଅନ୍ୟ ଛଅ ଯାତ୍ରୀ ଗୁରୁତର ଅଟନ୍ତି l ବସଟି ଲାଠିକଟାରୁ ରାଉରକେଲା ଆସୁଥିଲାl ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl ରଘୁନାଥପାଲି ପୁଲିସ ଦୁର୍ଘଟଣାଗ୍ରସ୍ତ ବସଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l


















