Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ମିସନ ଡ୍ରିମ୍‌ସ୍‌ ଇଣ୍ଡିଆ ଫାଇନାଲରେ :ଓଡ଼ିଆ ଝିଅ ପ୍ରତୀକ୍ଷା

ମିସନ ଡ୍ରିମ୍‌ସ୍‌ ଇଣ୍ଡିଆ ଫାଇନାଲରେ :ଓଡ଼ିଆ ଝିଅ ପ୍ରତୀକ୍ଷା

217
ADVERTISEMENT

ଭୁବନେଶ୍ବର,୨୭/୧୨(ଡ଼ି.ଏଚ/ବ୍ୟୁରୋ) : କଲକାତାଠାରେ ଅନୁଷ୍ଠିତ ମିସନ ଡ୍ରିମ୍‌ସ୍‌ ଇଣ୍ଡିଆ ଫାଇନାଲରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ରାଉରକେଲାର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ରନର୍ସ ଅପ ହୋଇ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଡିସେମ୍ବର ୧୬,୧୭ ଓ ୧୮ ତାରିଖ ତିନିଦିନ ଏହି ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ୧୫ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ୧୮ ତାରିଖ ଦିନ ହୋଇଥିବା ଫାଇନାଲରେ ୩୧ ଜଣ ପ୍ରତିଯୋଗୀ ଥିଲେ। ପ୍ରତିଯୋଗିତାରେ ଦ୍ୱିତୀୟସ୍ଥାନ ହାସଲ କରି ପ୍ରତୀକ୍ଷା ରନର୍ସ ଅପ୍‌ ହୋଇଛନ୍ତି।ବିଭିନ୍ନ ପ୍ରତିଯୋଗିତା ସହିତ ନିଜ ରାଜ୍ୟ ବିଷୟରେ କିଛି କହିବାକୁ ପ୍ରତୀକ୍ଷାଙ୍କୁ କୁହାଯାଇଥିଲା। ଓଡ଼ିଶାର ଲୋକମାନେ ବହୁତ ସରଳ ଓ ଅନ୍ୟକୁ ସହଜରେ ସେମାନେ ଆପଣାର କରି ପାରନ୍ତି ବୋଲି ପ୍ରତୀକ୍ଷା କହିଥିବା ପ୍ରକାଶ କରିଛନ୍ତି। ଛୋଟ ସହରର ପିଲାମାନେ କିପରି ଏହି ଜାତୀୟ ପ୍ରତିଯୋଗିତାରେ ଯିବେ ସେଥିପାଇଁ ଉପଯୁକ୍ତ ପରିବେଶ ଓ ଭିତ୍ତିଭୂମି ସୃଷ୍ଟି ହେବା ଉଚିତ ବୋଲି ପ୍ରତୀକ୍ଷା କହିଛନ୍ତି। ରାଉରକେଲାର ବାସନ୍ତୀ କଲୋନୀରେ ରହୁଥିବା ଆକାଶ ମାନସିଂହ ଓ ପ୍ରବୀଣା ହରିଚନ୍ଦନଙ୍କ କନ୍ୟା ପ୍ରତୀକ୍ଷା ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳା ଇଂରାଜୀ ଅନର୍ସର ଦ୍ୱିତୀୟ ବର୍ଷ ଛାତ୍ରୀ। ବିଗତ ଦିନରେ ବହୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ସେ ସଫଳତାର ସ୍ୱାକ୍ଷର ହାସଲ କରିଛନ୍ତି।

Advertisement