ସୋନପୁର,୨୬/୧୨(ସୁନୀଲ ତ୍ରିପାଠୀ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ମାନନୀୟ ଅର୍ଥମନ୍ତ୍ରୀଙ୍କ ଅନୁମୋଦନରେ ଆଜି ସୋନପୁର ବିଜୁ ମହିଳା ଜନତା ଦଳ ଗଠନ କରା ଯାଇଛି।ନବ ଗଠିତ ଦଳରେ ଶ୍ରୀମତୀ ରୀତାଞ୍ଜଳି ପାତ୍ର( ୱାର୍ଡ ନମ୍ୱର-୨) ଙ୍କୁ ସଭାପତି ମନୋନୀତ କରା ଯାଇଛି।ପୌରାଞ୍ଚଳର ମୋଟ ୨୯ଜଣ ସଦସ୍ୟଙ୍କୁ ସଂଗଠନକୁ ମଜବୁତ୍ କରିବାର ଦାୟିତ୍ବ ଦିଆ ଯାଇଛି। ଏହି ଦଳରେ ୱାର୍ଡ ନମ୍ୱର-୧୪ ର ସର୍ବାଧିକ ୫ଜଣ ସଦସ୍ୟା ରହିଛନ୍ତି।


















