ବ୍ରହ୍ମପୁର,୨୬/୧୨(ଇ.ରଞ୍ଜନ) :ବ୍ରହ୍ମପୁର ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମଦିନରେ ବଜେପି ଯୁବକର୍ମୀଏକତ୍ରିତ ରେ ପୁଷ୍ପାଞ୍ଜଳି ଦେଇ ଶୁଭେଚ୍ଛା ଜଣାଇ ଛନ୍ତି ଶ୍ରୀ ଅଟଳ ବିହାରୀଙ୍କ ଜନ୍ମ୨୫ ଡିସେମ୍ବର ୧୯୨୪ମସିହାରେ କ୍ରୀଷ୍ଣା କୁମାରୀଙ୍କ ଗର୍ବରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ରାଜନୈତିକ କ୍ଷେତ୍ରରେ କଠିନ ପରିଶ୍ରମ ବଳରେ ଦେଶର ପ୍ରମୁଖ ଭୂମିକା ଗ୍ରହଣ କରି ରାଜନୀତିରେ ପାଦଥାପି ସୁନାମ ଅର୍ଜନ କରି ନିସ୍ଵାର୍ଥପର ଭାବେ କାର୍ଯ୍ୟ ସୁପରିଚାଳନା କରିଥିଲେ । ଏହାକୁ ତାଙ୍କ ଜନ୍ମଥିତିରେ ମନପକାଇ ଶୁକ୍ରବାରଦିନ ୯୬ବର୍ଷ ପୂର୍ତ୍ତି ଅବସରରେ ରବୀନ୍ଦ୍ର ସାହୁ, ପି.ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଲୁଚପଡା ହନୁମାନ ମନ୍ଦିର ପାଠକ ସାମ୍ନାରେ ଅଟଳଙ୍କ ଜୀବନର ନେତୃତ୍ୱରେ ସଚ୍ଚଟ ଭାବେ କାର୍ଯ୍ୟଦକ୍ଷତାରେ ଦେଶର ବିକାଶ ଅଗ୍ରଗତିରେ ପ୍ରଶଂସନୀୟ କାର୍ଯ୍ୟ ଉପରେ ଏକ ଅନୁଷ୍ଠିତ ଶୋଭାରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ବଜେପି ନେତା ମହନ୍ତ ଚିନ୍ମୟାନନ୍ଦ ଦାଶ ଓ ସଂମ୍ମାନିତ ଅତିଥିଭାବେ ସମାଜସେବୀ ରାଜୀବ ମିଶ୍ର ଯୋଗଦେଇ ଫୋଟୋ ଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରିଥିଲେ, ଯୁବ ସଂଘଟନର ବହୁ ନେତୃ ମଣ୍ଡଳୀ ଏଥିରେ ଯୋଗଦେଇଥିଲେ ।


















